Home News ଏଯାଏ ମିଳିନି ପୁଲଓ୍ବାମା ଉତ୍ତର: ଏନ୍‌ଆଇଏ ହାତ ଖାଲି

ଏଯାଏ ମିଳିନି ପୁଲଓ୍ବାମା ଉତ୍ତର: ଏନ୍‌ଆଇଏ ହାତ ଖାଲି

ନୂଆଦିଲ୍ଲୀ: ଠିକ୍‌ ବର୍ଷକ ତଳେ ଅର୍ଥାତ୍‌ ୧୪ ଫେବୃୟାରୀ ୨୦୧୯ରେ ଜମ୍ମୁ-କଶ୍ମୀରସ୍ଥିତ ପୁଲଓ୍ବାମା ଜିଲା ଲେଥ୍‌ପୋରାରେ ଘଟିଥିଲ ଆମତ୍ଘାତୀ ବିସ୍ଫୋରଣ। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ଯବାନଙ୍କୁ ନେଇ ଯାଉଥିବା ବସ୍‌ଗୁଡ଼ିକୁ ଟାର୍ଗେଟ କରି ଏହା ଘଟାଯାଇଥିଲା। ଅପରାହ୍ନ ୩ଟା ୪୫ରେ ଆଦିଲ ଅହମଦ ଦର ନାମକ ଜଣେ ସ୍ବଳ୍ପବୟସ୍କ ଏକ କାର୍‌ରେ ବିପୁଳ ପରିମାଣର ବିସ୍ଫୋରକ ନେଇ ସିଆର୍‌ପିଏଫ୍‌ ବସ୍‌କୁ ଦୃତଗତିରେ ଧକ୍କା ଦେଇଥିଲେ। ଚାହୁଁ ଚାହୁଁ ସବୁକିଛି ବସ୍‌ ଛିନ୍‌ଛତ୍ର ହୋଇଯାଇଥିଲା। ଏଠିସେଠି ବିଛାଡ଼ି ହୋଇ ପଡ଼ିଥିଲା ୪୦ରୁ ଊର୍ଦ୍ଧ୍ୱ ଯବାନଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ରକ୍ତରଞ୍ଜିତ ହୋଇଯାଇଥିଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ। ଆମତ୍ଘାତୀ ବିସ୍ଫୋରଣ ଘଟାଇଥିବା କାକ୍‌ପୋରା ନିବାସୀ ୨୨ ବର୍ଷୀୟ ଆଦିଲ ମଧ୍ୟ ଏଥିରେ ନିହତ ହୋଇଥିଲେ। ଏହାର କିଛି ସମୟ ପରେ ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ୍‌-ଏ-ମହମ୍ମଦ (ଜେଇଏମ୍‌) ଏକ ଭିଡିଓ ଜାରି କରି ଆକ୍ରମଣ ଲାଗି ନିଜକୁ ଦାୟୀ କରିଥିଲା। ହେଲେ ଭାରତ ଆକ୍ରମଣ ପାଇଁ ପାକିସ୍ତାନକୁ ଦାୟୀ କରିଥିବାବେଳେ ଇସ୍‌ଲାମାବାଦ ନିଜ ସମ୍ପୃକ୍ତିକୁ ଖଣ୍ଡନ କରିଥିଲା। ଏହାର ଦୁଇଦିନ ପରେ ଭାରତ ପକ୍ଷରୁ ପାକିସ୍ତାନର ବାଲାକୋଟସ୍ଥିତ ଆତଙ୍କବାଦୀ ତାଲିମ କେନ୍ଦ୍ରରେ ଏୟାରଷ୍ଟ୍ରାଇକ୍‌ କରାଯାଇଥିଲା। ଏହି ଆକ୍ରମଣକୁ ଶୁକ୍ରବାର ୩୬୫ ଦିନ ପୂରିଛି। ହେଲେ ମାମଲାର ତଦନ୍ତ ଭାର ନେଇଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏନେଇ କୌଣସି ନିଷ୍କର୍ଷରେ ପହଞ୍ଚତ୍ପାରି ନାହିଁ। ଏଥିରେ ସମ୍ପୃକ୍ତ ଥିବା ୫ ସନ୍ଦିଗ୍ଧ ସମୟକ୍ରମେ ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ନିହତ ହୋଇଥିବାରୁ ଆତଙ୍କବାଦ ନିରୋଧୀ ତଦନ୍ତକାରୀ ସଂସ୍ଥା ଚାର୍ଜଶିଟ ମଧ୍ୟ ଦାଖଲ କରିପାରିନାହିଁ। ଏନ୍‌ଆଇଏର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଏହା ଆମ ପାଇଁ ଏକ ଅନ୍ଧ ମାମଲା। ଅନେକ କଥା ଉଠୁଛି। କିନ୍ତୁ କୋର୍ଟରେ ପ୍ରମାଣ କରିବା ପାଇଁ ଆମ ପାଖରେ କୌଣସି ତଥ୍ୟ ନାହିଁ। ଆକ୍ରମଣର ଷଡ଼ଯନ୍ତ୍ରକାରୀ ବା ମାଷ୍ଟରମାଇଣ୍ଡ କିଏ ତାହା ସ୍ପଷ୍ଟ କରିବା ନେଇ ମଧ୍ୟ ଆମ ହାତ ଖାଲି ଅଛି ବୋଲି ଅଧିକାରୀ ଜଣକ ସ୍ବୀକାର କରିଛନ୍ତି।
ଆଦିଲ ଅହମ୍ମଦ ଦର ବ୍ୟବହାର କରିଥିବା କାର୍‌ରେ ଆମୋନିୟମ୍‌ ନାଇଟ୍ରେଟ୍‌, ନାଇଟ୍ରୋ ଗ୍ଲିସେରିନ୍‌ ଏବଂ ଆର୍‌ଡିଏକ୍ସ ଭଳି ବିଧ୍ୱଂସକ ବିସ୍ଫୋରକ ରହିଥିଲା। ଏଭଳି ବିସ୍ଫୋରକ କେବଳ ସେନାରେ ବ୍ୟବହାର ହେଉଥିବାରୁ ଆତଙ୍କବାଦୀଙ୍କ ହାତରେ ତାହା କିପରି ପଡ଼ିଲା ସ୍ପଷ୍ଟ ହୋଇନାହିଁ। ସେହିପରି ସେହି କାର୍‌ର ପ୍ରକୃତ ମାଲିକ କିଏ ତାହା ପ୍ରମାଣିତ କରିବା ହେଉଛି ଏନ୍‌ଆଇଏ ଆଗରେ ଆଉ ଏକ ବଡ଼ ଚ୍ୟାଲେଞ୍ଜ। କାର୍‌ର ଶେଷ ମାଲିକ ବିଜ୍‌ବେହରା ନିବାସୀ ସଜ୍ଜାଦ ଭଟ ବୋଲି ସେତେବେଳେ ସାମ୍ନାକୁ ଆସିଥିଲା। ସଜ୍ଜାଦ ଏହି ଆକ୍ରମଣ ପରେ ଉଭାନ ହୋଇଯାଇଥିଲେ। ଗତବର୍ଷ ଜୁନରେ ସୁରକ୍ଷା ବଳର ଏନ୍‌କାଉଣ୍ଟରରେ ସେ ନିହତ ହୋଇଥିଲେ। ସେହିପରି ମୁଦାସିର ଅହମଦ, କାରି ମୁଫ୍‌ତି ୟାସେର ଏବଂ କାମରାନ୍‌ଙ୍କ ନାମ ଷଡ଼ଯନ୍ତ୍ରକାରୀ ବୋଲି ସାମ୍ନାକୁ ଆସିଥିଲା। ଏହି ୩ ଜଣ ମଧ୍ୟ ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ନିହତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>