ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଖୋଲିବ ଅତିରିକ୍ତ କେନ୍ଦ୍ର

ଭୁବନେଶ୍ୱର- ନୂଆ ମୋଟରଯାନ ଆଇନ ଲାଗୁ ହେବା ପରେ ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଆର.ଟି.ଓ କାର୍ଯ୍ୟାଳୟ ମାନଙ୍କରେ ପ୍ରବଳ ଭିଡ଼ ହେଉଥିବା ଲକ୍ଷ୍ୟ କରାଯାଇଛି । ଏହି ଭିଡ଼କୁ ଏଡ଼ାଇବା ପାଇଁ ସମ୍ପୃକ୍ତ ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଅତିରିକ୍ତ କେନ୍ଦ୍ରମାନ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ୫ଟି ଅତିରିକ୍ତ କେନ୍ଦ୍ର ଖୋଲାଯିବ ବୋଲି ପରିବହନ ବିଭାଗର ଶାସନ ସଚିବ ଜି. ଶ୍ରୀନିବାସ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଭିଡ଼କୁ ଦେଖି ଅନ୍ୟାନ୍ୟ ସହର ମାନଙ୍କରେ ଥିବା ଆରଟିଓ କାର୍ଯ୍ୟାଳୟ ମାନଙ୍କରେ ଅନୁରୂପ ଭାବେ ଏହି ଅତିରିକ୍ତ କେନ୍ଦ୍ର ସବୁ ଖୋଲାଯିବ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରେ ୪ଟି ଏବଂ ଖୋର୍ଦ୍ଧାରେ ଗୋଟିଏ ଅତିରିକ୍ତ କେନ୍ଦ୍ର ଖୋଲାଯିବ । ଏହା ବ୍ୟତୀତ ଛୁଟି ଦିନ ମାନଙ୍କରେ ମଧ୍ୟ ଏହି କାର୍ଯର୍୍ୟାଳୟ ଗୁଡ଼ିକ ଖୋଲାରହିବ । ଅତିରିକ୍ତ କେନ୍ଦ୍ର ମାନଙ୍କରେ ଲର୍ଣ୍ଣିଂ ଲାଇସେନ୍ସ ମିଳିବ ।

Loading...
>