Home News ଆଜି ସୁପ୍ରିମକୋର୍ଟରେ ବିନୟର ରାଜକ୍ଷମା ଶୁଣାଣି, ଜାରି ହୋଇପାରେ ନୂଆ ଡେଥ୍ ଓ୍ବାରେଣ୍ଟ

ଆଜି ସୁପ୍ରିମକୋର୍ଟରେ ବିନୟର ରାଜକ୍ଷମା ଶୁଣାଣି, ଜାରି ହୋଇପାରେ ନୂଆ ଡେଥ୍ ଓ୍ବାରେଣ୍ଟ

ନୂଆଦିଲ୍ଲୀ : ଆଜି ସୁପ୍ରିମକୋର୍ଟରେ ନିର୍ଭୟା ଦୋଷୀ ବିନୟ ଶର୍ମାର ରାଜକ୍ଷମା ଆବେଦନ ଉପରେ ଶୁଣାଣି ହେବ। ରାଷ୍ଟ୍ରପତି ବିନୟର ରାଜକ୍ଷମା ଆବେଦନ ଖାରଜ କରିବା ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ କରିଛି ଦୋଷୀ ବିନୟ ଶର୍ମା। ଆଜି ସୁପ୍ରିମକୋର୍ଟର ଜଷ୍ଟିସ୍ ଭାନୁମତି ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ଏଥିସହ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଆଜି ଫାଶୀ ଦଣ୍ଡ କାର୍ଯ୍ୟକାରୀ ନେଇ ଡେଥ୍ ଓ୍ବାରେଣ୍ଟ ଘୋଷଣା କରିପାରନ୍ତି।

ଗତକାଲି ୪ ଦୋଷୀଙ୍କୁ ତୁରନ୍ତ ଡେଥ୍ ଓ୍ବାରେଣ୍ଟ ଜାରି କରିବା ନେଇ ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଶୁଣାଣି ହୋଇଥିଲା।ଦୋଷୀଙ୍କ ଓକିଲ କୋର୍ଟରେ ତଥ୍ୟ ନରଖିବାରୁ ଏହି ମାମଲାର ଶୁଣାଣୀ ଆଜିଯାଏଁ ଘୁଂଚାଇଦେଇଛନ୍ତି ଖଣ୍ଡପୀଠ । ଦୋଷୀଙ୍କ ଓକିଲ ଆଜି ତଥ୍ୟ ରଖିଲେ ମାମଲାର ଶୁଣାଣୀ ହେବ। ଏହାପୂର୍ବରୁ ଫେବୃୟାରୀ ୭ ତାରିଖରେ ପଟିଆଲା ହାଉସକୋର୍ଟ ତିହାର ଜେଲ ପ୍ରଶାସନର ଆବେଦନକୁ ଖାରଜ କରିଦେଇଥିଲେ । ଯେଉଁଥିରେ ୪ ଦୋଷୀଙ୍କ ପାଇଁ ନୂଆ ଡେଥ ୱାରେଂଟ ଜାରି ପାଇଁ ଆବେଦନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>