ଶାରୀରିକ ସଂପର୍କ ରଖିବା ପୂର୍ବରୁ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଶାରୀରିକ ସମ୍ବନ୍ଧ ରଖିବା ପୂର୍ବରୁ କେତେକ କଥାକୁ ଧ୍ୟାନ ରଖିଲେ ପତିପତ୍ନୀଙ୍କ ମଧ୍ୟରେ ଉତ୍ତମ ସଂପର୍କ ଜାତ ହେବା ସହ ସଂପର୍କ ମଜବୁତ ହୋଇଥାଏ । ଉଭୟଙ୍କୁ ଏଇଥି ପାଇଁ କେତେକ ଛୋଟ ଛୋଟ ଦିଗ ଉପରେ ଧ୍ୟାନ ଦେବା ଜରୁରୀ । ଏଥିରେ ଉଭୟଙ୍କ ଜୀବନ ସୁଖମୟ ହୋଇପାରିବ ।
ମୁହଁର ଦୁର୍ଗନ୍ଧ ନ ଆସିବା ଦରକାର-ଦମ୍ପତ୍ତି ଶାରୀରିକ ସଂପର୍କ ରଖିବା ପୂର୍ବରୁ ମୁହଁ ଭଲ ଭାବରେ ସଫା କରିବା ଜରୁରୀ । ମୁହଁରୁ କୌଣସି ପ୍ରକାର ଦୁର୍ଗନ୍ଧ ନ ଆସିବା ଦରକାର । ମୁହଁରେ ଦୁର୍ଗନ୍ଧ ଆସିବା ଦ୍ୱାରା ଉଭୟ ମଧ୍ୟରେ ଅସହଯୋଗ ମନୋଭାବ ସୃଷ୍ଟି ହୋଇଥାଏ । ଏହାଦ୍ୱାରା ସେକ୍ସରେ ବାଧାପ୍ରାପ୍ତ ହୋଇଥାଏ, ସେକ୍ସ ସୁଖ ମଧ୍ୟ ଉଭୟ ପାଇପାରିନଥାନ୍ତି ।
ପ୍ରାଇଭେଟ୍ ପାର୍ଟକୁ ନିୟମିତ ସଫା କରନ୍ତୁ-ବିବାହିତ ଯୋଡି ଶାରୀରିକ ସମ୍ବନ୍ଧ ରଖିବା ପୂର୍ବରୁ ପ୍ରାଇଭେଟ୍ ପାର୍ଟକୁ ସଫାଇ କରିବା ଜରୁରୀ । ଦିନସାରା କାମ କରିବା ପରେ ଉଭୟଙ୍କ ଝାଲ ବାହାରିବା ସ୍ୱାଭାବିକ କଥା । ଯଦି ପ୍ରାଇଭେଟ୍ ପାର୍ଟ ସଫା ନକରନ୍ତି ତା’ହେଲେ ଉଭୟଙ୍କୁ ସଂକ୍ରାମିତ ହେବାର ସମ୍ଭାବନା ରହିଥାଏ ।

Loading...
>