କର୍ମକ୍ଷେତ୍ରରେ ନିଷ୍ଠା ଓ ଆନ୍ତରିକତା ରହିବା ଜରୁରୀ

କର୍ମମୋହର ନିଜ ଗୁରୁ ଉଦ୍ଧବ କେତେତୁ ପଚାରୁ’ ପୁରାତନ ଯୁଗର ଏହି ଉକ୍ତିଟିର ତାତ୍ପର୍ଯ୍ୟ ବର୍ତମାନ ଆଧୁନିକ ସମାଜର କର୍ପୋରେଟ ଯୁଗରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ମନେହୁଏ । ଛୋଟ, ବଡ କର୍ପୋରେଟ ହାଉସଠାରୁ ଆରମ୍ଭ କରି ସପିଂ ମଲ, ବିଭିନ୍ନ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ସମସ୍ତ ଜାଗାରେ ନିଜର କାର୍ଯ୍ୟକରିବା ଏକ ସ୍ୱତନ୍ତ୍ର ଶୈଳୀ ଏବଂ କାର୍ଯ୍ୟପ୍ରତି ଆନ୍ତରିକତା ଜଣକୁ ସର୍ବଦା ଉଚ୍ଚ ସ୍ଥାନକୁ ନେଇଥାଏ । ତେଣୁ ଅଫିସରେ କାର୍ଯ୍ୟ କରିବା ସମୟରେ ସର୍ବଦା ନିଜର କର୍ତବ୍ୟକୁ ଗୁରୁତ୍ୱ ଦିଅନ୍ତୁ । କାମ ଯେପରିି ଉଚ୍ଚମାନର ହୋଇପାରିବ ସେଥିପ୍ରତି ଧ୍ୟାନ ରଖନ୍ତୁ ସେ ସଂପର୍କରେ କିଛି ଟିପ୍ସ…
ସହ କର୍ମୀମାନଙ୍କ ସହିତ ଉତମ ସଂପର୍କ ରଖନ୍ତୁ । ଅତ୍ୟଧିକ ଜିଦ୍ଖୋର ବା ଅହଂକାରୀ ହେବା ଅନୁଚିତ୍ ।
-ଅଫିସ୍ରେ ବନ୍ଧୁମାନଙ୍କ ଆଗରେ କୌଣସି ବ୍ୟକ୍ତିଗତ ବା ପାରିବାରିକ ସମସ୍ୟା କହନ୍ତୁ ନାହିଁ । କାରଣ ଏହାଦ୍ୱାରା ଆପଣଙ୍କ ଘରର ସମସ୍ୟା ଅନ୍ୟମାନେ ସହଜରେ ଜାଣିଯିବେ ।
କର୍ମ କ୍ଷେତ୍ରରେ କୌଣସି ତ୍ରୁଟି ଦେଖିଲେ ନିଃସଂକୋଚରେ ତାହା କହନ୍ତୁ । ଫଳରେ ତାହାକୁ ସଂଶୋଧନ କରିହେବ ।
ନିଜର କାମକୁ ଅନ୍ୟ ଉପରେ ଲଦି ଦେବା ପାଇଁ ଚେଷ୍ଟା କରନ୍ତୁ ନାହିଁ କାରଣ ଏହାଦ୍ୱାରା ଆପଣ ଅଯଥାରେ ଅନ୍ୟର ଅସନ୍ତୋଷର ଶିକାର ହେବେ । କଷ୍ଟକର କାର୍ଯ୍ୟ ହୋଇଥିଲେ ନିଜେ ତାହା କରିବା ପାଇଁ ଉଦ୍ୟମ କରନ୍ତୁ ।


କର୍ମକ୍ଷେତ୍ରରେ ନିଜର ପୋଷାକପତ୍ର ଆଚାର, ବ୍ୟବହାର ପ୍ରତି ଧ୍ୟାନ ଦିଅନ୍ତୁ । ଏହା ଯେତେ ମାର୍ଜିତ ହେବ ସେତ ଭଲ । କଥାବାର୍ତାରେ ମଧ୍ୟ ଶାଳୀନତା ରକ୍ଷା କରନ୍ତୁ ।
ଏକାଠି କେତେଜଣ ମିଶିକରି ଗୋଟିଏ କାର୍ଯ୍ୟକୁ କରୁଥିଲେ ମନରୁ ଅହଂଭାବ ଦୂର କରନ୍ତୁ ଏବଂ ଅଧିକ ଜାଣିଛନ୍ତି ବୋଲି ଦେଖେଇ ହୁଅନ୍ତୁ ନାହିଁ । କାମବେଳେ ଅସନ୍ତୋଷ ସୃଷ୍ଟି ହେଲେ ପରସ୍ପର ମଧ୍ୟରେ ସଂପର୍କ ଅପ୍ରିୟ ହେବ ।
ଚାମରୁ ଅବସର ସମୟ ଅଯଥା କଥାବାର୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ପରଚର୍ଚ୍ଚା ଠାରୁ ଦୂରେଇ ରହନ୍ତୁ । କାରଣ ଏହାକୁ ନେଇ ପରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ ।
ସମୟନୁବର୍ତୀ ହୁଅନ୍ତୁ । ସହକର୍ମୀମାନଙ୍କୁ ଉଚିତ୍ ପରାମର୍ଶ ଦିଅନ୍ତୁ ।
ସହକାରୀମାନଙ୍କ ସହିତ ସୁସଂପର୍କ ରଖିବା ଉଚିତ୍ ନଚେତ୍ କାର୍ଯ୍ୟ କରିବା ବେଳେ କୌଣସି କ୍ଷେତ୍ରରେ ଆପଣଙ୍କୁ ଅନ୍ୟର ସହଯୋଗ ମିଳିବ ନାହିଁ ।
କର୍ମକ୍ଷେତ୍ରରେ ନିଷ୍ଠା ଏବଂ ଆନ୍ତରିକତା ରଖିଲେ ଭବିଷ୍ୟତରେ ଆପଣଙ୍କୁ ଉତରୋତର ସଫଳତା ମିଳିବ ଏକଥାକୁ ଭୁଲିଯାଆନ୍ତୁ ନାହିଁ ।

Loading...
>