ସକାଳେ ଏଥିରୁ ଅଧାଗ୍ଲାସେ ରଖେ କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ…

ସକାଳୁ ନିତ୍ୟକର୍ମ ସାରି ଅଙ୍ଗୁର ଜୁସ୍‌ ପିଇଲେ ସ୍ବାସ୍ଥ୍ୟ ଲାଗି ଖୁବ୍‌ ଭଲ। କିଡ୍‌ନୀ ଷ୍ଟୋନରୁ ଦୂରେଇ ରହିବା ପାଇଁ ପ୍ରତିଦିନ ସକାଳେ ଅଧାଗ୍ଲାସେ ଅଙ୍ଗୁର ଜୁସ୍‌ ପିଇଲେ ସୁଫଳ ମିଳିଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଅଙ୍ଗୁରରେ ପୋଟାସିୟମ ସହିତ ପ୍ରଚୁର ପରିମାଣରେ ଜଳୀୟ ଅଂଶ ରହିଥାଏ। ଏଥିରେ ଥିବା ଆଲୁବୁମିନ୍‌ ଓ ସୋଡିୟମ କ୍ଲୋରାଇଡ୍‌ କିଡ୍‌ନୀ ଷ୍ଟୋନ ଉପଚାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ତେବେ ସକାଳୁ କଳା ଅଙ୍ଗୁର ଜୁସ୍‌ ପିଇଲେ ଅଧିକ ସୁଫଳ ମିଳେ। ଏହା ଆଣ୍ଟିଅକ୍ସିଡାଣ୍ଟ୍‌ ଭାବେ ମଧ୍ୟ କାର୍ଯ୍ୟ କରିଥାଏ। ଫଳରେ ଯୁବ ସୁଲଭ ଠାଣି ବଜାୟ ରୁହେ। ଅଙ୍ଗୁର ରସରେ କିଛି ସୈନ୍ଧବ ଲବଣ ମିଶାଇ ପିଇଲେ ଗ୍ୟାସ୍‌ ସମସ୍ୟା ଦୂର ହୋଇଥାଏ।

Loading...
>