ଏହି ସହଜ ଉପାୟରେ ପାଆନ୍ତୁ ମଶା କାମୁଡ଼ିବା ଯନ୍ତ୍ରଣାରୁ ମୁକ୍ତ

ଦିନ ହେଉ ବା ରାତି କାମୁଡିବା ଦ୍ୱାରା ଶାନ୍ତି ଭଙ୍ଗ ହୋଇଯାଏ । ନିଦରେ ମଶା କାମୁଡିଲେ ନିଦ ମଧ୍ୟ ଖରାପ ହୋଇଯାଏ । ନିଦ ଖରାପ ହେବା ଓ ବ୍ୟସ୍ତ ଲାଗିବା ପଛର କାରଣ ମଶା କାମୁଡିବା ଦ୍ୱାରା ସ୍କିନ୍ରେ ହେଉଥିବା ଜ୍ୱଳନ ଓ କୁଣ୍ଡେଇ ହେବା କାରଣରୁ ଦାଗ ମଧ୍ୟ ପଡିଯାଏ ଓ କେବେ କେବେ ସଂକ୍ରମଣ ମଧ୍ୟ ହୋଇଯାଏ । ଆସନ୍ତୁ ଏଥିରୁ ରକ୍ଷା ପାଇବା ପାଇଁ କେତେକ ଘରୋଇ ଉପାୟ ବିଷୟରେ ଜାଣିବା
ଏଲୋଭେରାଏଲୋଭେରା ସ୍କିନ୍ ପାଇଁ ଏକ ଭଲ ପ୍ଲାଣ୍ଟ ବୋଲି ସମସ୍ତେ ଜାଣିଛନ୍ତି । ଏହାର ପତ୍ରରେ ଥିବା
ଜେଲ୍ ସ୍କିନ୍ରେ ଅନେକ ରୋଗ ଦୂର କରିଥାଏ । ଆଣ୍ଟିଇନ୍ଫେକ୍ସନ୍ ଗୁଣରେ ଭରପୂର ଏଲୋଭେରା ନା କେବଳ ମଶା କାମୁଡିବାରୁ ତୁରନ୍ତ ରକ୍ଷା କରେ ତା ନୁହେଁ ସ୍କିନରେ ଜ୍ୱଳନ କମ୍ ମଧ୍ୟ କରିଥାଏ ।
ମହୁ-ଏହା ନିଜର ଆଣ୍ଟିଇନ୍ଫ୍ଲେମେଣ୍ଟାରୀ ଗୁଣ ଯୋଗୁଁ ମଶା କାମୁଡିବାରୁ ହେଉଥିବା ଜ୍ୱଳନକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଏଥିରେ ସଂକ୍ରମଣରୁ ରକ୍ଷା କରିବା ପାଇଁ କ୍ଷମତା ରହିଛି । ତେଣୁ ଆଙ୍ଗୁଳିରେ ଅଳ୍ପ ମହୁ ନେଇ ଜ୍ୱଳନ ହେଉଥିବା ସ୍ଥାନରେ ଲଗାନ୍ତୁ ।
ଆପଲ୍ ସାଇଡର ଭିନେଗାର୍- ସେଓର ସିରକା ବା ଆପଲ୍ ସାଇଡର ଭିନେଗାରରେ ଆଣ୍ଟି ଇନ୍ଫେକ୍ସନ୍ ଓ କୁଲିଙ୍ଗ୍ ନେଚର ରହିଛି । ଏଥିରେ ଓଜନ କମ୍ କରିବାରୁ କୋଲେଷ୍ଟ୍ରୋଲକୁ ନିୟନ୍ତ୍ରିତ କରିବା ଓ ବ୍ଲଡ୍ ସୁଗରର ସ୍ତରକୁ ହ୍ରାସ କରିବା ପରି ଗୁଣକାରୀ ତତ୍ତ୍ୱ ଥାଏ । ଯଦି ଆପଣଙ୍କୁ ମଶା କାମୁଡେ ତେବେ ଏକ ଚାମଚ ସେଓର ସିରକା ଓ ଏକ ଚାମଚ ଥଣ୍ଡା ପାଣି ମିଶାଇ ସେହି ମିଶ୍ରଣକୁ କପଡାର ସହାୟତାରେ ଲଗାନ୍ତୁ । ଏପରି କଲେ ଜ୍ୱଳନ ଓ କୁଣ୍ଡେଇହେବାରୁ ରକ୍ଷା ପାଇପାରିବେ ।

Loading...
>