ନପୁଂସକ ଭୟ ବଢ଼ାଉଛି ପ୍ରଦୂଷଣ

ଏମିତିରେ ତ ଜଳବାୟୁ ପରିବର୍ତ୍ତନ ମନୁଷ୍ୟର ସ୍ୱାସ୍ଥ୍ୟ ଉପରେ ଅନେକ ଖରାପ ପ୍ରଭାବ ପକାଇଥାଏ । ବିଶେଷକରି ପ୍ରଦୂଷଣର ମାତ୍ରା ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିଥାଏ । କିନ୍ତୁ ଏହା ଦ୍ୱାରା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ବିଶେଷ ଭାବେ ଆଶଙ୍କା ସୃଷ୍ଟି କରିଥାଏ । ବ୍ରିଟେନ୍ର ଇଷ୍ଟ୍ ଆଙ୍ଗ୍ଲିଆ ବିଶ୍ୱବିଦ୍ୟାଳୟର ଗବେଷକମାନେ ଜାଣିବାକୁ ପାଇଛନ୍ତି ଗରମ ପବନରେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଅଧିକ ଥାଏ; ଯାହା ଶୁକ୍ରାଣୁ ନଷ୍ଟ କରିଦେଇଥାନ୍ତି । ପତ୍ରିକା ନେଚର୍ କମ୍ୟୁନିକେଶନ୍ରେ ପ୍ରକାଶିତ ଗବେଷଣାର ନେତୃତ୍ୱ କରୁଥିବା ମ୍ୟାଟ୍ ଗେଜ୍ କହିଛନ୍ତି, ଯେତେବେଳେ ପାଣିପାଗ ଗରମ ଥାଏ, ସେତେବେଳେ ଶୁକ୍ରାଣୁଙ୍କ କ୍ରିୟା ପ୍ରଣାଳୀ ଅତ୍ୟନ୍ତ ସମ୍ବେଦନଶୀଳ ରହିଥାଏ । କାରଣ ପ୍ରଜନନ ଏବଂ ଜନସଂଖ୍ୟା ବୃଦ୍ଧି ପାଇଁ ଶୁୂକ୍ରାଣୁ ଅନିବାର୍ଯ୍ୟ ଥାଏ । ଗବେଷକମାନେ ଆହୁରି ମଧ୍ୟ ଜାଣିବାକୁ ପାଇଛନ୍ତି, ଗରମ ପବନରେ ପୁରୁଷଙ୍କ ଶୁକ୍ରାଣୁ ସଂଖ୍ୟା ଅଧା ହୋଇଯାଏ । ଏହା ପ୍ରାୟ ପ୍ରଜନନ କ୍ଷମତାକୁ ନଷ୍ଟ କରିଦିଏ । ଅନ୍ୟପକ୍ଷରେ ଏହି ପବନର ପ୍ରଭାବ ମହିଳାଙ୍କ ଉପରେ କୌଣସି ପ୍ରକାର ପ୍ରଭାବ ପକାଇନଥାଏ ।

Loading...
>