କାନ ଧରି ଉଠବସ୍ ହେଲେ ମିଳେ ଏହି ଫାଇଦା

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଭୁଲ କଲେ ଶିକ୍ଷକ କାନ ଧରି ବସ୍‌ଉଠ୍‌ ହେବା ପାଇଁ ଦଣ୍ଡ ଦେଇଥାନ୍ତି। ପାଠ ପଢ଼ା ସହିତ ଏଭଳି ଦଣ୍ଡ ବେଶ୍‌ ପ୍ରଚଳିତ। ମାତ୍ର ଏହାଦ୍ୱାରା ମସ୍ତିଷ୍କର କାର୍ଯ୍ୟକାରୀତା ବୃଦ୍ଧି ପାଇ ସ୍ମରଣ ଶକ୍ତି ବଢ଼ିଥାଏ। କାନରେ ଥିବା କେତେକ ଆକ୍ୟୁପ୍ରେସର ପଏଣ୍ଟରେ ଚାପ ପଡ଼ିବା ସହିତ ବସ୍‌ଉଠ୍‌ ହେବା ଫଳରେ ମସ୍ତିଷ୍କର ହାଇପୋଥାଲାମସ୍‌ ସ୍ବାଭାବିକ ଭାବେ କାର୍ଯ୍ୟ କରିଥାଏ। ଏହା ଦ୍ୱାରା ଶରୀରରେ ବିଭିନ୍ନ ହରମୋନ୍‌ କ୍ଷରଣ ନିୟନ୍ତ୍ରିତ ହୁଏ। ଏଭଳି ଦଣ୍ଡ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠ ପ୍ରତି ଆଗ୍ରହ ଜନ୍ମିଥାଏ ବୋଲି ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି।

Loading...
>