ଅତ୍ୟଧିକ ମିଠା ଖାଉଛନ୍ତି କି ? ତା’ହେଲେ ଏହି ସମସ୍ୟାକୁ ନିମନ୍ତ୍ରଣ କରୁଛନ୍ତି

ସାଧାରଣତଃ ମିଠାଜାତୀୟ ଖାଦ୍ୟ ଦେଖିଲେ ଅଧିକାଂଶଙ୍କ ପାଟିରୁ ଲାଳ ଗଡ଼େ। ଯଦି ଆପଣ ଅଧିକ ପରିମାଣର ମିଠା ଖାଉଛନ୍ତି ତେବେ ସେଥିରେ ବ୍ରେକ୍‌ ଲଗାନ୍ତୁ। ନ ହେଲେ ଏହାଦ୍ୱାରା ଆପଣଙ୍କର ସ୍ମରଣଶକ୍ତି ପ୍ରଭାବିତ ହୋଇପାରେ। ଏଭଳି ସତର୍କ ସୂଚନା ଦେଇଛନ୍ତି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ପୁଷ୍ଟିବିଜ୍ଞାନୀମାନେ। ସାଧାରଣ ଭାବରେ ମିଠା ଖାଉଥିବା ଏବଂ ଆବଶ୍ୟକତାଠାରୁ ଅଧିକ ମିଠା ଖାଉଥିବା କେତେଜଣ ବ୍ୟକ୍ତିଙ୍କର ସ୍ମରଣଶକ୍ତିକୁ ସେମାନେ ପରୀକ୍ଷା କରିଥିଲେ। ହେଲେ ଆଶ୍ଚର୍ଯ୍ୟଜନକ ଭାବରେ ଅଧିକ ମିଠା ଖାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ପାଖାପାଖି ୪୫ ପ୍ରତିଶତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତିରେ ତାରତମ୍ୟ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ଯଦି ଆପଣ ଡାଇବେଟିସ୍‌ ଦ୍ୱାରା ଆକ୍ରାନ୍ତ ତେବେ ଏପରି ଅଭ୍ୟାସରେ ପରିବର୍ତ୍ତନ ଆଣିବା ଦରକାର ବୋଲି ସେମାନେ ପରାମର୍ଶ ଦେଇଛନ୍ତି।

Loading...
>