ବଡ ପରଦାକୁ ନା’

ଜଣେ ଚର୍ଚ୍ଚିତା ଟେଲି ନାୟକା ହେଲେ ଦେବିକା ଅରୁନ୍ଧତୀ ସାମଲ । ସେ ସାର୍ଥିକ ଟିଭିରେ ପ୍ରାସରିତ ମେଗା ସିରିଏଲ୍ “ମୋ ଜେଜେମା’ରେ ଫିମେଲ ଲିଡରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ । ଅବଶ୍ୟ ତା’ପୂର୍ବରୁ ସେ ଶିଶୁ କଳାକାର ଭାବେ କେତୋଟି ଟେଲି ଧାରାବାହିକରେ ଅଭିନୟ କରିଥିଲେ । ଟେଲି ଓ ଯାତ୍ରା ଜଗତର ଜଣାଶୁଣା ଲେଖକ-ନିର୍ଦ୍ଦେଶକ ହିମାଂଶୁ ସାମଲ(ହମି) ଓ ଜଣାଶୁଣା ଅଭିନେତ୍ରୀ ତଲୋତ୍ତମାଙ୍କ ଝିଅ ଦେବିକାଙ୍କୁ ଏହାପରେ “ନେଇ ଯା’ରେ ମେଘ ମତେ’ରେ ବି ଦର୍ଶକ ଦେଖିବାକୁ ପାଇଛନ୍ତି । ସାଧାରଣତଃ ଟେଲି ନାୟିକାମାନେ ବଡ ପରଦାରେ ବି କାମ କରୁବିକା ଚାହାନ୍ତି ହେଲେ ଏଥିରେ ବ୍ୟତିକ୍ରମ ହେଉଛନ୍ତି ଦେବିକା ଅରୁନ୍ଧତୀ ସାମଲ । ଓଲିଉଡରୁ ଦେବିକାଙ୍କୁ ଅଫର୍ ମିଳିଛି, ହେଲେ ଟେଲି ଦୁନିଆଙ୍କୁ ଛାଡି ଏତେ ଶୀଘ୍ର ଫିଲ୍ମରେ ପାଦ ଦେବାକୁ ସେ ଚାହାଁନ୍ତି ନାହିଁ । ଓଲିଉଡର ଏକ ନାମୀ ପ୍ରଯୋଜନା ସଂସ୍ଥା ବ୍ରଜରାଜ ମୁଭିଜ୍ ପକ୍ଷରୁ ଏକ ଫିଲ୍ମରେ ଫିମେଲ ଲିଡ୍ ପାଇଁ ତାଙ୍କ ପାଖକୁ ଅଫର୍ ଆସିଥିଲା, ହେଲେ ସେ ତାକୁ ପ୍ରତ୍ୟାଖ୍ୟାନ କରିଥିଲେ । ସେହିପରି ସେ ଅନ୍ୟ ସିନେମାର ଅଫରକୁ ଛାଡିଛନ୍ତି ।

Loading...
>