ସ୍ୱପ୍ନାଙ୍କୁ ହଲିଉଡ୍ ଟିକେଟ୍

ଅଭିନେତ୍ରୀ ସ୍ୱପ୍ନା ପତିଙ୍କୁ ମିଳିଛି ହଲିଉଡ୍ ଟିକେଟ୍ । ‘ଜାସ୍ପର’, ‘ସମ୍ୱାନ୍ ଟୁ ଡାଏ ଫର୍’ ଭଳି ଚର୍ଚ୍ଚିତ ସିନେମା ପ୍ରସ୍ତୁତ କରିଥିବା ପ୍ରଯୋଜନା ସଂସ୍ଥା ତା’ର ଆଗାମୀ ସିନେମାରେ ସ୍ୱପ୍ନାଙ୍କୁ ସୁଯୋଗ ଦେଇଛି । ସ୍ୱପ୍ନାଙ୍କ ସମ୍ପର୍କରେ କେବଳ ଅଭିନେତ୍ରୀ କହିଲେ ଯଥେଷ୍ଟ ହେବ ନାହିଁ । ସ୍ୱପ୍ନା ଜଣେ ମଡେଲ୍, ସଂଗଠିକା । ଓଡ଼ିଶାରେ ପ୍ରତ୍ୟେକ ବର୍ଷ ତାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୁଏ ‘ହର୍ବାଲ୍ ହୋଲି’ । ବଲିଉଡ୍, ହଲିଉଡ୍ ସିନେମାରେ ଅଭିନୟ ଯାତ୍ରା ଜାରି ରଖିଥିବା ସ୍ୱପ୍ନା ଓଡ଼ିଆ ଚଳଚ୍ଚିତ୍ର ‘ମାଲ୍ ମହୁ ଜୀବନ ମାଟି’ରେ ମଧ୍ୟ ଏକ ସ୍ୱତନ୍ତ୍ର ଭୂମିକାରେ ଅଭିନୟ କରିଛନ୍ତି । କିଛି ଦିନ ତଳେ ମୁକ୍ତିପ୍ରାପ୍ତ ଇଣ୍ଡୋ-ଆମେରିକାନ୍ ଫିଲ୍ମ ‘ଷ୍ଟ୍ରାଇକ୍ ବ୍ୟାକ୍’ରେ ନଜର ଆସିଥିଲେ ସ୍ୱପ୍ନା । ରାଜେଶ ମହାନ୍ତି ଏ ଫିଲ୍ମର ପ୍ରଯୋଜନା କରିଥିବାବେଳେ ନିର୍ଦ୍ଦେଶନା ଦେଇଥିଲେ ଚନ୍ଦ୍ରଶେଖର ରଥ । ଏହା ସହିତ ସେ ‘ଟୁ ଡିଜାୟାର୍ସ ଆଣ୍ଡ ଏ ଡ୍ରିମ୍’, ‘ଅନ୍ତଧ୍ୱର୍ନି’ ଆଦିରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି ।

Loading...
>