ସାରାଙ୍କ ସଂପର୍କରେ ଏହି କଥା କହିଲେ ଅଭିନେତା ତରୁଣ

ସାରା ଅଲ୍ଲି ଖାନଙ୍କ ପ୍ରଥମ ଫିଲ୍ମ “କେଦାରନାଥ’ ରିଲିଜ୍ ହେବା ପରେ ତାଙ୍କୁ ନେଇ ବଲିଉଡରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚାରେ ସାମିଲ ହୋଇଛନ୍ତି “କେଦାରନାଥ’ ଫିଲ୍ମରେ ଅଭିନୟ କରିଥିବା ଅଭିନେତା ତରୁଣ ଗହଲୋତ । ସେ କହିଛନ୍ତି ଯେ, ସାରାଙ୍କ ସହ ଅଭିନୟ କରି ମୁଁ ବହୁତ ଖୁସି । ସାରା ଖୁବ୍ ବିନମ୍ର ବୋଲି ସେ କହିଛନ୍ତି । ସେହିପରି ସେ କହିଛନ୍ତି ସାରାଙ୍କ ସହ କାମ କରିବା ପରେ ଲାଗୁଛି ସେ ଜଣେ ପେସାଦର ଓ ପରିପକ୍ୱ କଳାକାର ।

ସେ କହିଛନ୍ତି ସାରାଙ୍କ ସହ ମୋର ଭୂମିକା ସୀମିତ ଥିଲେ ମଧ୍ୟ ଯେତିକି କରିଛି ସେଥିରେ ବହୁତ ମଜା ହୋଇଛି । ଫିଲ୍ମ ସଂପର୍କରେ ସେ କହିଛନ୍ତି ଯେ, କେଦାରନାଥର ଥଣ୍ଡା ପରିବେଶ ସୁଟିଂ କରିବା ସହ ମୁମ୍ବାଇରେ ଅତ୍ୟଧିକ ଗରମ ପରିବେଶ ସୁଟିଂ କରିବା ଖୁବ୍ କଷ୍ଟକର ଥିଲା ବୋଲି ସେ କହିଛନ୍ତି । ଗତ ଶୁକ୍ରବାର ଦିନ ଏହି ଫିଲ୍ମଟି ରିଲିଜ୍ ହୋଇଛି ।

Loading...
>