ଏୟାରପୋର୍ଟରେ ଜନ୍ମଦିନ ପାଳିଲେ ଶ୍ରଦ୍ଧା, କାହିଁକି ଜାଣନ୍ତୁ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କାପୁର ଗତକାଲି ତାଙ୍କର ୩୨ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ ତାଙ୍କର ଜଣେ ସମର୍ଥକ ତାଙ୍କୁ ଏକ ଖାସ୍ ସରପ୍ରାଇଜ୍ ଦେଇଛନ୍ତି । ରବିବାର ଅପରାହ୍ନରେ ମୁମ୍ବାଇ ଏୟାରପୋର୍ଟରେ ଶ୍ରଦ୍ଧାଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ତାଙ୍କର ଜଣେ ଫ୍ୟାନ ତାଙ୍କ ପାଖକୁ ଏକ କେକ୍ ନେଇ ପହଞ୍ଚିଥିଲେ । ଶ୍ରଦ୍ଧାଙ୍କ ଫ୍ୟାନଙ୍କ ଏହି ଭଲ ପାଇବାକୁ ଦେଖି ବେଶ୍ ଖୁସି ହୋଇଯାଇଥିଲେ । ଏହାପରେ ସେ ଫ୍ୟାନଙ୍କୁ ଧନ୍ୟବାଦ ଦେବା ସହ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ସେହିପରି ଶ୍ରଦ୍ଧା ଫିଲ୍ମ “ଛିଛୋର’ ସେଟରେ ମଧ୍ୟ ନିଜ ଜନ୍ମଦିନ ପାଳନ କରିଛନ୍ତି । ଏହି ଅବସରରେ କେତେକ ଫଟୋ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଶ୍ରଦ୍ଧା ଏବେ “ଷ୍ଟ୍ରିଟ୍ ଡ୍ୟାନ୍ସର ୩’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।

Loading...
>