ବୋଲ୍ଡସିନ ଦେବାକୁ ମୋର ଆପତ୍ତି ନାହିଁ : ସମୀକ୍ଷା

ଏବେ ‘ପୋରସ୍’ ଏବଂ ‘ଖିଚ୍ଡ଼ି’ ଭଳି ଧାରାବାହିକରେ ନିଜର ଦମ୍ଦାର୍ ଭୂମିକାରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଥିବା ସମୀକ୍ଷା ସିଂହ ହିନ୍ଦୀ, ତେଲୁଗୁ, ତାମିଲ ଏବଂ ପଞ୍ଜାବୀ ଫିଲ୍ମରେ ବି କାମ କରିସାରିଛନ୍ତି । ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପଢ଼ିଥିବା ସମୀକ୍ଷାଙ୍କୁ ସବୁବେଳେ ଡ୍ରାମାରେ ରୁଚି ରହିଥିଲା । ତେଣୁ ପଞ୍ଜାବ ୟୁନିଭର୍ସିଟିର ଇଂଲିଶ୍ ଡ୍ରାମା ଆଣ୍ଡ୍ ଲିଟରେଚର୍ରେ ଏମ୍ଏ ମଧ୍ୟ କରିଛନ୍ତି । ଅଭିନୟରେ ପାଦ ଥାପିବା ପୂର୍ବରୁ ସେ ବିଭିନ୍ନ ବିଜ୍ଞାପନରେ ଦେଖାଦେଉଥିଲେ । ଏଥିରେ ତାଙ୍କ ଅଭିନୟ ଏତେ ନିଖୁଣ ଥିଲା ଯେ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ପ୍ରଥମେ ଅଫର୍ ମିଳିଥିଲା । ତାମିଲ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିବା ସମୀକ୍ଷା ଧୀରେ ଧୀରେ ଚରିତ୍ର ଅନୁସାରେ ନିଜକୁ ଏତେ ସମାନ୍ତରାଳ କରିଦେଲେ ଯେ, ପରମୁହୂର୍ତରେ କେହି କିଛି କହିବାକୁ ରାସ୍ତା ବି ପାଇଲେନି । ଏବେ ତାଙ୍କ ବୋଲ୍ଡନେସ୍କୁ ନେଇ ଚର୍ଚ୍ଚା ବେଶ୍ ଜୋର୍ ଧରିଛି । ଏ ସମ୍ପର୍କରେ କିନ୍ତୁ ତାଙ୍କ ମତ, କ୍ୟାରେକ୍ଟର ଅନୁସାରେ ସେ ସବୁବେଳେ ନିଜକୁ ଦର୍ଶକଙ୍କ ସମ୍ମୁଖରେ ଆସିବାକୁ ଚାହାନ୍ତି । ତେଣୁ ସେ କ୍ୟାରେକ୍ଟର ପାଇଁ କିଛି ବି କରିପାରିବେ । ଏମିତିରେ ବଡ଼ ପରଦା ବ୍ୟତୀତ ଛୋଟ ପରଦାରେ ବି ବୋଲ୍ଡନେସ୍ ଯୁଗ ଆରମ୍ଭ ହୋଇସାରିଛି ।

Loading...
>