ପ୍ରାଚୀ ଦେଶାଇ ନିଜ ସଂପର୍କରେ ଏହି କଥା କହିଲେ

ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ ହେଲେ ପ୍ରାଚୀ ଦେଶାଇ । ନିଜର ଦମଦାର ଅଭିନୟ ପାଇଁ ଦର୍ଶକଙ୍କ ପ୍ରିୟ ହୋଇପାରିଛନ୍ତି । ପ୍ରାଚୀ କହିଛନ୍ତି ଯେ, ବହୁତ ସମୟ ପରେ ମୋତେ ଏକ ଭଲ ଝିଅ ରୋଲ୍ ମିଳିଛି ଓ ମୁଁ କିଛି ନୂଆ କରିବାକୁ ଚାହୁଁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଜର ଆଗାମୀ ଫିଲ୍ମ “କୋଶା’ରେ ଏକ ଭିନ୍ନ ଚରିତ୍ରରେ ଅଭିନୟ କରୁଛନ୍ତି । କୋଶା ସଂପର୍କରେ ସେ କହିଛନ୍ତି, ଏହି ଫିଲ୍ମରେ ମୁଁ ଦୁଃଖିନୀ ଝିଅ ଭୂମିକାରେ ନିଜର ଆସିବେ । ଯିଏ ନିଜ ଘର ଛାଡି ପଳାଇ ଆସିଥିବା ପରେ ଫେରି ନିଜର ଅତୀତ ପାଇଁ ଲଢେଇ କରୁଛି ।୨୦୧୬ରେ ରିଲିଜ୍ ହୋଇଥିବା “ରାଁକ ଆନ ୨’ରେ ନଜର ଆସିଥିବା ପ୍ରାଚୀ କହିଛନ୍ତି ଯେ, ପୂର୍ବ ଏକବର୍ଷରେ ମୋର କ୍ୟାରିୟରରେ ବହୁତ କିଛି ବଦଳିଛି । ସେ କହିଛନ୍ତି ମୋତେ ବହୁ ଭଲ ଭଲ ଫିଲ୍ମ ଅଫର ମିଳିଛି କିନ୍ତୁ ମୁଁ ସେଥିରେ ଖୁସି ନଥିଲି । ମୁଁ ଏମିତି ଏକ ଫିଲ୍ମ ଚାହୁଁଛି ଯେଉଁଥିରେ ମୋର ଦକ୍ଷତାକୁ ପରଦାରେ ଦେଖାଇପାରିବି । ମୋତେ ଜଣାଅଛି ଯେ, ପ୍ରସ୍ତୁତି ଓ ଅଭିନୟରେ ମୋଠାରେ ଆହୁରି ବହୁତ କ୍ଷମତା ରହିଛି ।

Loading...
>