କାର୍ତ୍ତିକ ପୂର୍ଣ୍ଣିମାରେ ମହାଭାରତ

ଆଧୁନିକ ମହାଭାରତ ମାନେ ନିର୍ଦ୍ଦେଶକ ନିରଞ୍ଜନ ବେହେରାଙ୍କ ନୂଆ ଓଡ଼ିଆ ଫିଲ୍ମ ‘ପ୍ରେମ ପାଇଁ ମହାଭାରତ’ କାର୍ତ୍ତିକ ପୂର୍ଣ୍ଣିମାରେ ପ୍ରେକ୍ଷାଳୟକୁ ଆସିବ । ଆଚାର୍ଯ୍ୟ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଛି ଏହି ପ୍ରେମଭିତ୍ତିକ ଚଳଚ୍ଚିତ୍ର । ପ୍ରଦୀପ୍ତ ପ୍ରକାଶ ଆଚାର୍ଯ୍ୟ ପ୍ରଯୋଜିତ ଏହି ଫିଲ୍ମର କାହାଣୀ ଲେଖିଛନ୍ତି ଛବିତା ମାର୍ଥା । ଫିଲ୍ମର ସଂଗୀତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଛନ୍ତି ଅଭିଜିତ୍ ମଜୁମଦାର । ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ଅମିତ୍ ଓ ଗିରିଶ । ହାସ୍ୟରସ ଏ ଫିଲ୍ମର ମୁଖ୍ୟ କଥାବସ୍ତୁ । ନାୟକ ସମ୍ବିତ ଓ ନାୟିକା ରୀୟାଙ୍କ ରିଲ୍ ରୋମାନ୍ସ ବି ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇବ । ‘ପ୍ରେମ ପାଇଁ ମହାଭାରତ’ର ଅନ୍ୟାନ୍ୟ ଚରିତ୍ରରେ ଦେଖିବାକୁ ମିଳିବେ ସମରେଶ, ଶ୍ରୀତମ୍, ବିଜୁ ବଡ଼ଜେନା, ବବି ମିଶ୍ର, ମିହିର ଦାସ, ପୁପିନ୍ଦର, ରାଣା, ରବି ମିଶ୍ର, ପ୍ରତିଭା ପଣ୍ଡା, ଗୁଡ୍ଡୁ, ପ୍ରିୟଙ୍କା ମହାପାତ୍ର ଓ ରବି ମିଶ୍ର ।

Loading...
>