ନୂଆବର୍ଷରେ ଗଡିବ ‘ଲଭ୍ ଏକ୍ସପ୍ରେସ୍’

ଆସନ୍ତା ବର୍ଷ ଅର୍ଥାତ୍ ଜାନୁଆରୀ ପହିଲାରେ ପ୍ରେକ୍ଷାଳୟକୁ ଆସିବ ସିଦ୍ଧାର୍ଥ ଟିଭି ଓ ସିଦ୍ଧାର୍ଥ ମ୍ୟୁଜିକ୍ ବ୍ୟାନରର ନୂଆ ଫିଲ୍ମ ‘ଲଭ୍ ଏକ୍ସପ୍ରେସ୍’ । ‘ଲୈଲା ଓ ଲୈଲା’ ଫେମ୍ ସ୍ୱରାଜ ଓ ସନ୍ମୀରା ‘ଲଭ୍ ଏକ୍ସପ୍ରେସ୍’ର ମେଲ୍ ଓ ଫିମେଲ୍ ଲିଡ୍ ଭାବେ ଦେଖିବାକୁ ମିଳିବେ । ଫିଲ୍ମର ପ୍ରଯୋଜନା କରିଛନ୍ତି ସୀତାରାମ ଅଗ୍ରୱାଲ । ସ୍ୱରାଜ ଓ ସନ୍ମୀରାଙ୍କ ବ୍ୟତୀତ ‘ଲଭ୍ ଏକ୍ସପ୍ରେସ୍’ରେ ବବି ମିଶ୍ର, ପିଣ୍ଟୁ ନନ୍ଦ, ସଞ୍ଜୀବ, ଶୈଳେନ୍ଦ୍ର, ଜୀବନ ପଣ୍ଡା, କୁନ୍ମୁନ୍ ପ୍ରମୁଖ ଅଭିନୟ କରିଛନ୍ତି । ରମେଶ ରାଉତ ଏ ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ସଂଳାପ ଲେଖିବା ସହିତ କେତୋଟି ଗୀତ ରଚନା କରିଛନ୍ତି ଡ. ନିର୍ମଳ ନାୟକ । ଅନ୍ୟତମ ଗୀତିକାର ଅଛନ୍ତି ଅରୁଣ ମନ୍ତ୍ରୀ । ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ । ଗୀତଗୁଡ଼ିକରେ ହ୍ୟୁମାନ ସାଗର, ନିବେଦିତା, ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ଅର୍ପିତା ଚୌଧୁରୀ, ଆର୍ ଏସ୍ କୁମାର ଓ ସ୍ୱୟମ୍ ପାଢ଼ୀଙ୍କ ଶ୍ରୁତିମଧୁର କଣ୍ଠସ୍ୱର ଶୁଣିବାକୁ ମିଳିବ । ଫିଲ୍ମର ମସ୍ତି ଏବଂ ଡାନ୍ସ ସଙ୍ଗ୍ ‘ଗୋଲ୍ କିପର୍ ଥିଲେ କ’ଣ ଗୋଲ୍ ହୁଏନି…’କୁ ଇତି ମଧ୍ୟରେ ସିଦ୍ଧାର୍ଥ ଟିଭି ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ରେ ୫ ମିଲିୟନ୍ରୁ ଅଧିକ ଦର୍ଶକ ଦେଖିସାରିଲେଣି । ହ୍ୟୁମାନ ସାଗର ଓ ଅସୀମାଙ୍କ କଣ୍ଠରେ ଏ ଗୀତଟି ରେକର୍ଡ ହୋଇଛି ।

Loading...

Reply