କରୀନା କପୂର ଖାନ୍ ‘ସୁସ୍ଥ ପ୍ରତିଷେଧକ ଭାରତ’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ାର

ଭୁବନେଶ୍ୱର: ସୀରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ‘ସୁସ୍ଥ ପ୍ରତିଷେଧକ ଭାରତ’ ଅଭିଯାନର ବ୍ରାଣ୍ଡ ଆମ୍ବାସାଡ଼ାର ରୂପେ ଲୋକପ୍ରିୟ ଅଭିନେତ୍ରୀ, କରୀନା କପୂର ଖାନ୍ଙ୍କୁ ଘୋଷଣା କରାଯାଇଛି । ଏହା ଏକ ଜାତୀୟ ସ୍ତରୀୟ ଟୀକାକରଣ ଏବଂ ପ୍ରତିଷେଧକ ଅଭିଯାନ । ଏହା ବିଶ୍ୱର ସବୁଠାରୁ ବଡ଼ ଟୀକା ନିର୍ମାଣକାରୀ, ଯାହାକି ନେଟୱାର୍କ ୧୮ ସହଯୋଗୀତାରେ ଏହି ଅଭିଯାନକୁ ପରିଚାଳିତ କରୁଛି । ଉକ୍ତ ଅଭିଯାନ ମୂଖ୍ୟତଃ ଏକ ସୁସ୍ଥ ଭାରତ ଗଠନ ପାଇଁ ଶୈଶବ ପ୍ରତିଷେଧକ ଆବଶ୍ୟକତା ଉପରେ ସଚେତନତା ବିସ୍ତାରକୁ ଦୃଷ୍ଟିକେନ୍ଦ୍ରିତ କରିଛି ।

ଉକ୍ତ ଅଭିଯାନ ସମ୍ପର୍କରେ, କରୀନା କପୂର ଖାନ୍ କହିଛନ୍ତିଯେ, “ଏକ ମା’ ହିସାବରେ ଏହାର କାରଣ ମୋ ହୃଦୟକୁ ଛୁଇଁ ପାରିଛି, ମୋ ପିଲାକୁ ଭୟଙ୍କର ରୋଗରୁ ରକ୍ଷା କରିବା ପାଇଁ ପ୍ରତିଷେଧକର ଗୁରୁତ୍ୱକୁ ମୁଁ ବୁଝିଥାଏ । ବ୍ୟବହାର ଏବଂ ବ୍ୟୟକରିବାର କ୍ଷମତାର ଅଭାବ ପାଇଁ ଆମ ଦେଶରେ ବର୍ତ୍ତମାନ ସୁଦ୍ଧା ଅନେକ ସଂଖ୍ୟାରେ ଶିଶୁ ମୃତ୍ୟୁର କାରଣ ହୋଇଥାଏ । ଏହା ହେଉଛି ପ୍ରକୃଷ୍ଠ ସମୟ, ଯେଉଁଠି ଆମ୍ଭେମାନେ ସମସ୍ତେ ଏକତ୍ରହୋଇ ଏକ ପରିବର୍ତ୍ତନ ଆଣିପାରିବା । ମୁଁ ସତରେ ଆଡ଼ାର ଏବଂ ନତାଶା ପୂନାୱାଲାଙ୍କର ସୀରମ ଇନଷ୍ଟିଚ୍ୟୁଟ୍ ଏବଂ ନେଟୱାକ୍ ୧୮ ସହିତ ଏହି ଯାତ୍ରାର ଏକ ଅଂଶ ହୋଇଥିବାରୁ ବହୁତ ଉତ୍ସାହିତ ।”

ଉକ୍ତ ଅଭିଯାନ ସମ୍ପର୍କରେ, ସୀରମ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୂଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଆଡ଼ାର ପୂନାୱାଲା କହିଛନ୍ତିଯେ, “ସୁସ୍ଥ ପ୍ରତିଷେଧକ ଭାରତ ହେଉଛି ସମ୍ପୁର୍ଣ୍ଣ ପ୍ରତିଷେଧକ ଭାରତ ଗଠନ ଦିଗରେ ଏକ ପଦକ୍ଷେପ । ଉକ୍ତ ଅଭିଯାନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଆମ ଦେଶରେ ଟୀକାକରଣ ଏବଂ ପ୍ରତିରୋଧକ ବ୍ୟବସ୍ଥା ମଧ୍ୟରେଥିବା ଭୁଲ୍ ଯୋଗାଯୋଗକୁ ଦର୍ଶାଇବା । ଯାହାକି ଲୋକ ମାନଙ୍କୁ ଶିଶୁ, ପିଲା ଏବଂ ଆଗକୁ ମା’ ହେବାକୁଥବା ମହିଳା ମାନଙ୍କୁ ସଠିକ୍ ଟୀକାକରଣ ଦେବାରେ ଉତ୍ସାହିତ କରିବାରେ ଅଂଶଗ୍ରହଣ କରିପାରିବେ । ଏକ ମା’ ହେବା ସହିତ ଏକ ସୁଦୃଢ ଏବଂ ଉଦାର ବ୍ୟକ୍ତିତ୍ୱ ହିସାବରେ, କରୀନା କପୂର ଖାନ୍ଙ୍କର ସମର୍ଥନ ଆମକୁ କୋର ଅନୁକୋଣରେ ପହଞ୍ଚାଇବାରେ ସହାୟକ ହୋଇପାରିବ ।”

Loading...
Loading...
>