“ଆଲିଙ୍ଗନ ବାହାନାରେ ମୋତେ ଜୋରରେ ଭିଡି ଧରୁଥିଲେ’

ବଲିଉଡ ଶିଳ୍ପରେ ଏବେ ଗୋଟିଏ ପରେ ଗୋଟିଏ ଯୋ÷÷ନ ନିର୍ଯାତନା ଘଟଣା ଲୋକ ଲୋଚନକୁ ଆସିବାରେ ଲାଗିଛି । ଅଭିନେତ୍ରୀ ତନୁଶ୍ରୀ ଦତ୍ତ ଅଭିନେତା ନାନା ପାଟେକରଙ୍କ ବିରୋଧରେ ଯୋ÷÷ନ ନିର୍ଯ।।ତନା ଅଭିଯୋଗ ଆଣିବା ପରେ ଏବେ ଆଉ ଜଣେ ଆଗଧାଡିର ଅଭିନେତ୍ରୀ ଚଳଚ୍ଚିତ୍ର ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି । ଏହାକୁ ନେଇ ବଲିଉଡ ଦୁନିଆରେ ଝଡ ସୃଷ୍ଟି ହୋଇଛି । ସଦ୍ୟତମ ଘଟଣାକ୍ରମେ ଅଭିନେତ୍ରୀ କଙ୍ଗନା ରାଣାୱତ ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ବହଲଙ୍କ ବିରୋଧରେ ଯୋ÷÷ନ ନିର୍ଯାତନା ଅଭିଯୋଗ ଆଣିଛନ୍ତି । କଙ୍ଗନା କହିଛନ୍ତି, ଫିଲ୍ମ “କୁଇନ’ର ସୁଟିଂ ଚାଲିଥିବା ସମୟରେ ନିର୍ଦ୍ଦେଶକ ବିକାଶ ବହଲ ତାଙ୍କୁ ଅନେକ ଥର ନିର୍ଯାତନା ଦେଇଥିଲେ । ବହଲ୍ ୨୦୧୪ରେ ବିହାର କରିଥିଲେ ହେ ପ୍ରତ୍ୟେକ ରାତିରେ ନୂଆ ସାଥୀଙ୍କ ସହ ରାତ୍ରିଯାପନ କରୁଥିଲେ । ଅଧିକାଂଶ ରାତିରେ ସେ ପାର୍ଟି ଦେଉଥିଲେ ଏବଂ ମତେ ଆସିବାକୁ ବାଧ୍ୟ କରୁଥିଲେ । ପ୍ରଥମେ ତାଙ୍କ ଅସଲ ଉଦ୍ଦେଶ୍ୟ ବୁଝିପାରିନଥିଲି । କିନ୍ତୁ ପରେ ଜଆଣିବା ପରେ ମିଳାମିଶା ବନ୍ଦ କରିଦେଇଥିଲି ବୋଲି ଏହି ୩୧ ବର୍ଷୀୟା ଅଭିନେତ୍ରୀ ଏକ ସାକ୍ଷାତକାରରେ କହିଛନ୍ତି । କଙ୍ଗାନା କହିଛନ୍ତି ଯେ ତାଙ୍କୁ ବହଲ୍ ଆଲିଙ୍ଗନ କଲାବେଳେ ଜୋରରେ ଭିିଡି ଧରିଥାନ୍ତି । ତାଙ୍କଠାରୁ ନିଜକୁ ମୁକ୍ତ କରିବା ପାଇଁ ମୋତେ ସବୁ ବଳ ଖଟାଇବାକୁ ପଡିଥାଏ ବୋଲି କଙ୍ଗନା କହିଛନ୍ତି । ଏହାପରେ ସେ ବିକାଶ ବଲଲଙ୍କ ୨-୩ଟି ଚଳଚ୍ଚିତ୍ରରେ କାମ କରିବାକୁ ମନା କରିଦେଇଥିଲେ ବୋଲି କଙ୍ଗନା ଦର୍ଶାଇଛନ୍ତି । ଉଲ୍ଲେଖଯୋଗ୍ୟ, ଜଣେ ମହିଳାଙ୍କ ସହିତ ଏକ ବାର୍ତ୍ତାଳାପର ସ୍କ୍ରିନ୍ ସଟ୍ ଭାଇରାଲ ହେବା ପରେ ପ୍ରସିଦ୍ଧ ଲେଖକ ଚେତନ ଭଗତ୍ ଫେସବୁକରେ ଉକ୍ତ ମହିଳାଙ୍କୁ କ୍ଷମା ପ୍ରାର୍ଥନା କରିଥିଲେ । ସେଲିବ୍ରିଟ୍ ହୋଇ ସୁଦ୍ଧା ନାନା ପାଟେକର, ବିକାଶ ବହଲ୍ ଏବଂ ଚେତନ ଭଗତ୍ ଏଭଳି କାରନାମା କରିବା ପ୍ରଶଂସକଙ୍କୁ ହତାଶ କରିଛି । ଅନ୍ୟ ପକ୍ଷରେ ଏହାକୁ ନେଇ ବଲିୁଡରେ ଆଲୋଡନ ସୃଷ୍ଟି ହୋଇଛି । ନାନା ପାଟେକରଙ୍କ ବିରୋଧରେ ଯୋ÷÷ନ ନିର୍ଯାତନା ଅଭିଯୋଗ ଆଣିଥିବା ତନୁଶ୍ରୀ ଦତ୍ତ ଗତକାଲି ପୁଲିସରେ ଅଭିଯୋଗ କରିଛନ୍ତି । ତେବେ ନାନା ପାଟେକର ଏହାକୁ ଅସ୍ୱୀକାର କରିଛନ୍ତି ।

Loading...
>