ଧାରା ୩୭୭ ରାୟ ଉପରେ କ’ଣ କହିଲେ ସୋନମ୍

ସୁପ୍ରିମକୋର୍ଟ ଆଜି ସମଲିଙ୍ଗୀ ଯୋ÷÷ନ ସଂପର୍କକୁ ଅପରାଧ ମାନୁଥିବା ଧାରା ୩୭୭ ଉପରେ ଐତିହାସିକ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ୫ ଜଜ ନିଜର ରାୟ ଶୁଣାଇ କହିଛନ୍ତି ଯେ ଏକାନ୍ତରେ ସହମତି ମଧ୍ୟରେ ସେକ୍ସ ସମ୍ବନ୍ଧ ଅପରାଧ ନୁହେଁ । ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ଓ ମିଡିଆ ଏହି ରାୟକୁ ବ୍ୟାପକ ପ୍ରଚାର କରିବା ଦ୍ୱାରା ଏଲ୍ଜିବିଟି ସମୁଦାୟଙ୍କୁ ଭେଦଭାବର ସାମ୍ନା କରିବାକୁ ଆଉ ପଡିବ ନାହିଁ । ଏହି ରାୟକୁ ବଲିଉଡର ଚୁଲ୍ବୁଲି ନାୟିକା ସୋନମ୍ କାପୁର ସ୍ୱାଗତ କରିବା ସହ ଖୁସି ପ୍ରକଟ କରିଛନ୍ତି । ସେ ତାଙ୍କ ଟ୍ୱିଟର ପେଜରେ ଉଲ୍ଲେଖ କରିଛନ୍ତି ଯେ, ସେ ଏମିତି ଏକ ଭାରତରେ ରହିବାକୁ ଚାହୁଁଥିଲେ । ଯେଉଁଠି କଠୋରତା, ଘୃଣା, ଲିଙ୍ଗ ଭେଦଭାବ ନଥିବା । ସେହିପରି ତାଙ୍କ ଭଳି ବଲିଉଡ ନିର୍ଦ୍ଦେଶକ କରଣ ଜହର ମଧ୍ୟ ଏହି ରାୟକୁ ସ୍ୱାଗତ କରି କହିଛନ୍ତି ଯେ, ଆଜି ଏକ ଐତିହାସିକ ଦିନ ।

Loading...
>