ବିବାହ ପ୍ରସ୍ତୁତିରେ ଲାଗି ପଡିଛନ୍ତି ଏମି

ଚଳିତବର୍ଷ ପ୍ରଥମ ମାସରେ ଏମି ଜ୍ୟାକସନ୍ ନିଜ ପୁରୁଷବନ୍ଧୁ ଜର୍ଜ ପାନାୟିଟୁଙ୍କ ସହ ବିବାହ କରିବାକୁ ଘୋଷଣା କରିଥିଲେ । ତା’ପରଠୁ ବିବାହ ଦିନ ସ୍ଥିର କରିବାକୁ ନେଇ ବିଭିନ୍ନ ପ୍ରକାର ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିଛି ଏମିଙ୍କୁ । ବାରମ୍ବାର ତାରିଖ ପରିର୍ବିତ ହେଉଥିବା ଗଣମାଧ୍ୟମରେ ଖବର ପ୍ରଚାର ହେବା ପରେ ଏମି ଏକଦମ୍ ବିରକ୍ତ ହୋଇଯାଇଛନ୍ତି । ଏଣୁ ସେ ଆସନ୍ତାବର୍ଷ ଅର୍ଥାତ୍ ୨୦୨୦ରେ ବିବାହ କରିବେ ବୋଲି ସ୍ଥିର କରିଥିବା ତାଙ୍କ ନିକଟତମ ବନ୍ଧୁ ଗଣମାଧ୍ୟମକୁ ଜଣାଇନ୍ତି । କିନ୍ତୁ ବର୍ଷକ ଆଗରୁ ସେ ବିବାହ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି । ବିବାହକୁ ସ୍ମରଣୀୟ କରିବାକୁ ଅନେକ ସନ୍ଧାନ ଏବଂ ବିଚାର ବିମର୍ଶ ପରେ ଗ୍ରୀସ୍କୁ ବାଛିଛନ୍ତି । କୁହାଯାଉଛି, ଉଭୟ ଗ୍ରୀସ୍ର କୌଣସି ସମୁଦ୍ର କୂଳରେ ଧୁମ୍ଧାମ୍ରେ ନିଜ ବିବାହ ସମ୍ପନ୍ନ କରିବେ । ଏଥିପାଇଁ ଏମି ଜର୍ଜଙ୍କ ସହ ମିଶି ଗ୍ରୀସ୍ର ଅନେକ ସମୁଦ୍ରତଟୀୟ ଇଲାକାର ଭ୍ରମଣ କରୁଛନ୍ତି । ଏହି ଭ୍ରମଣ କାଳରେ ମିକୋନୋସ୍ ତାଙ୍କ ମନକୁ ପାଇଛି । ଯଦି ସବୁକିଛି ଠିକ୍ ଚାଲେ, ତେବେ
ଆସନ୍ତାବର୍ଷ ଏହିଠାରେ ଦୁହେଁ ବିବାହ କରିବେ ବୋଲି ଜଣାପଡ଼ିଛି ।

Loading...
>