ବିକିନିକୁ ଅଗ୍ରାଧିକାର

କିପରି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିବାକୁ ପଡେ ତାହାର କାଇଦା ଦିଶା ପଟାନିଙ୍କୁ ଭଲ ଭାବରେ ଜଣା। ଦେଖୁନାହାନ୍ତି ସେ କେମିତି ଭଳିକି ଭଳି ଫଟୋ ସେଶନ କରିଚାଲିଛନ୍ତି। ଆଉ ଏହି ସମୟରେ ସେ ଗୋଟିଏ ପ୍ରକାର କଷ୍ଟ୍ୟୁମକୁ ଅଧିକ ଅଗ୍ରାଧିକାର ଦେଉଛନ୍ତି। ତାହା କ’ଣ ଜାଣନ୍ତି ? ବିକିନି। ପୁଣି ପଚାରିଲେ କହୁଛନ୍ତି, ‘ମୋତେ ଏହି ଗେଟଅପରେ ଅଧିକ କମ୍ଫର୍ଟ ଲାଗିଥାଏ। ବିକିନି ପିନ୍ଧି ସେ ବିଭିନ୍ନ ପୋଜ୍‌ର ଫଟୋ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତାହାକୁ ନେଇ କେହି କମେଣ୍ଟ କଲେ ତାହାର ଉତ୍ତର ମଧ୍ୟ ଦେଉଛନ୍ତି। ବର୍ତ୍ତମାନ ମୁଁ ଅଲ୍ଲୀ ଆବାସ ଜାଫରଙ୍କ ‘ଭାରତ’ରେ ଅଭିନୟ କରୁଛି। ଏଥିରେ ମୋତେ ମିଳିଛି ଗ୍ଲାମର ଭୂମିକା। ହେଲେ ତାହାର ଏହି ଫଟୋ ସେଶନ ସହ କୌଣସି ରିଲେଶନ ନାହିଁ। ମୋ ମନ ହେଲା ଫଟୋ ସେଶନ କରିବାକୁ ତେଣୁ ସେଥିରେ ବ୍ୟସ୍ତ ଅଛି। ହେଲେ ମୋ ବିକିନି ପିନ୍ଧାକୁ ନେଇ ଅଧିକ ଆଲୋଚନା ନ ହେବା ଭଲ ବୋଲି କହି ବୁଲୁଛନ୍ତି ଦିଶା।

Loading...
>