ଫିଲ୍ମ ଥ୍ରୀ-ଇଡିୟଟସ୍‌ କୁ ୨୦ ଥର ହଲ୍‌ରେ ଦେଖିଥିଲେ ବାହୁବଳୀ ଷ୍ଟାର

ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ପ୍ରଭାସ ବୁଧବାର ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୭୯ ଅକ୍ଟୋବର ୨୩ରେ ଚେନ୍ନାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ହେଉଛି ଭେଙ୍କଟ୍‌ ସତ୍ୟନାରାୟଣ ପ୍ରଭାସ ରାଜୁ ଉପ୍ପଲପଟ୍ଟି। ତାଙ୍କ ପିତା ସୂର୍ଯ୍ୟନାରାୟଣ ରାଜୁ ଜଣେ ଫିଲ୍ମ ନିର୍ମାତା। ପିଲାଦିନେ ପ୍ରଭାସ ହୋଟେଲ ଇଣ୍ଡଷ୍ଟ୍ରିରେ କାମ କରିବାକୁ ବେଶ୍‌ ଆଗ୍ରହୀ ଥିଲେ। ତେବେ ପରବର୍ତ୍ତୀ ସମୟରେ ସେ ଫିଲ୍ମ ଦୁନିଆକୁ ଟାଣି ହୋଇ ଚାଲିଆସିଥିଲେ। ଆମିର ଖାଁଙ୍କ ଫିଲ୍ମ ଥ୍ରୀ-ଇଡିୟଟସ୍‌ ସେ ୨୦ ଥର ହଲ୍‌ରେ ଦେଖିଥିବା ଏକ ସାକ୍ଷାତକାର୍‌ରେ କହିଥିଲେ। ବାହୁବଳୀ ଫିଲ୍ମର ଶୁଟିଂ ପରେ ପ୍ରଭାସ ଅନ୍ୟ କୌଣସି ଫିଲ୍ମ ସାଇନ୍‌ କରି ନ ଥିଲେ। ବାହୁବଳୀ ତାଙ୍କ ପାଇଁ ଦେଶ ତଥା ବିଦେଶରେ ନୂଆ ପରିଚିତି ଆଣିଦେଇଥିବା ପ୍ରଭାସ କୁହନ୍ତି।

Loading...
>