ଏହି ବ୍ୟକ୍ତି କାଜଲଙ୍କୁ ଭେଟିବାକୁ ଖର୍ଚ୍ଚ କଲେ ୬୦ଲକ୍ଷ, କିନ୍ତୁ…

ଅଭିନେତା ଓ ଅଭିନେତ୍ରୀଙ୍କ କୋଟିକୋଟି ପ୍ରଶଂସକ ଥା’ନ୍ତି । କିନ୍ତୁ ଏମାନଙ୍କ ଭିତରେ ଅନେକ ପ୍ରଶଂସକ ଏମିତି ଥା’ନ୍ତି ଯେଉଁମାନେ କି ନିଜ ପ୍ରିୟ ଅଭିନେତା ବା ଅଭିନେତ୍ରୀଙ୍କ ଗୋଟିଏ ଝଲକ ପାଇବା ପାଇଁ ନିଜ ଜୀବନବ୍ୟାପୀ କମାଇଥିବା ଟଙ୍କାକୁ ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନଥାନ୍ତି । ଏମିତି ଏକ ଖବର ଏବେ ସାମ୍ନାକୁ ଆସିଛି । ରିପୋର୍ଟ ମୁତାବକ ବଲିଉଡ ତଥା ଟଲିଉଡର ହିଟ୍ ନାୟିକା କାଜଲ ଅଗ୍ରୱାଲଙ୍କ ଜଣେ ପ୍ରଶଂସକ ତାଙ୍କୁ ଭେଟିବା ପାଇଁ ହଜାରେ ନୁହେଁ କି ଦୁଇ ହଜାର ନୁହେଁ ପାଖାପାଖି ୬୦ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ କାଜଲଙ୍କ ସହ ତାଙ୍କର ଦେଖାସାକ୍ଷାତ ହୋଇପାରିନାହିଁ । ସେ ଠକାମୀରେ ପଡିଥିବା ଜଣାପଡିଛି ।


ସୂଚନା ମୁତାବକ ରାମାନାଥପୁରମ ସହର ଜଣେ ବ୍ୟକ୍ତି କାଜଲ ଜଣେ ବଡ ପ୍ରଶଂସକ । ସେ ନିଜର ଫେବରାଇଟ ଅଭିନେତ୍ରୀଙ୍କୁ ଦେଖିବାକୁ ଚାହୁଁଥିଲେ । ଏଇଥିପାଇଁ ସେ ଏକ ୱେବପେଜ୍ ସଂସ୍ପର୍ଶରେ ଆସିଥିଲେ । ଏହି ୱେବସାଇଟ୍ ମଧ୍ୟ ତାଙ୍କୁ କାଜଲଙ୍କ ସହ ଭେଟ କରାଇ ଦେବାର ଦୃଢ ପ୍ରତିଶ୍ରୁତି ଦେଇଥିଲା । କାଜଲଙ୍କୁ ଭେଟିବା ପାଇଁ ଏହି ବ୍ୟକ୍ତିଜଣକ ଖୁବ୍ ପାଗଳ । ତେଣୁ ସେ ତାଙ୍କ କଥାରେ ମଧ୍ୟ ବିଶ୍ୱାସ କରିଯାଇଥିଲେ । କିନ୍ତୁ ତାଙ୍କୁ ଜଣାନଥିଲା ଯେ, ଏହି ୱେବପେଜକୁ ଏକ କ୍ରିମିନାଲ ଗ୍ୟାଙ୍ଗ ଚଳାଉଛନ୍ତି ବୋଲି । ପ୍ରଥମେ ଏହି ପାଗଳ ପ୍ରଶଂସକଙ୍କଠାରୁ ୫୦ହଜାର ଓ ବ୍ୟକ୍ତିଗତ ତଥ୍ୟ ମାଗିଥିଲେ ୱେବସାଇଟ୍ କର୍ତ୍ତୃପକ୍ଷ । ଏହି ବ୍ୟକ୍ତିଜଣକ ଧନୀ ଘରର ପିଲା ହୋଇଥିବାରୁ ତାଙ୍କୁ ଟଙ୍କା ଦେବାରେ କୌଣସି ଅସୁବିଧା ହୋଇନଥିଲା । ୱେବସାଇଟ୍ ଚଳାଉଥିବା ଗ୍ୟାଙ୍ଗ୍ ବହୁବାର କାଜଲଙ୍କ ପ୍ରଶଂସକଙ୍କୁଠାରୁ ଟଙ୍କା ନେଇଥିଲେ କିନ୍ତୁ କାଜଲଙ୍କ ସହ ଭେଟ କରାଇନଥିଲେ । ଏହାପରେ ଏହି ପାଗଳ ପ୍ରଶଂସକ ବୁଝି ପାରିଥିଲେ ଯେ, ସେ ଠକାମୀରେ ପଡିଛନ୍ତି । କିନ୍ତୁ ଲୁଟେରା ଗ୍ୟାଙ୍ଗ୍ ତାଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ । ଯେତେବେଳେ ବ୍ୟକ୍ତିଜଣକ ଟଙ୍କା ଦେବାକୁ ମନା କରିଦେଇଥିଲେ ତାଙ୍କର ବ୍ୟକ୍ତିଗତ ତଥ୍ୟ ବା ଅନ୍ତରଙ୍ଗ ଫଟୋ ଲିକ୍ କରିବାକୁ ଧମକ ଦେଇଥିଲେ ।
କାଜଲଙ୍କ ପ୍ରଶଂସକ ଏହି ଠକାମୀ ସଂପର୍କରେ କହିଛନ୍ତି ଯେ, ତିନି ପର୍ଯ୍ୟାୟରେ ସେ ୬୦ଲକ୍ଷ ଟଙ୍କା ଏହି ଲୁଟେରା ଗ୍ୟାଙ୍ଗକୁ ଦେଇଛନ୍ତି । ଏହି ଘଟଣା ପରେ କାଜଲଙ୍କ ପ୍ରଶଂସକ ଖୁବ୍ ହତାଶ ହୋଇପଡି ଘର ଛାଡି ବାହାରକୁ ଚାଲିଯାଇଥିଲେ । ପୁଲିସ ଅଧିକାରୀମାନେ ଏହି ପ୍ରଶଂସକଙ୍କୁ କୋଲକତାର ଏକ ଗଳିରୁ ଉଦ୍ଧାର କରିଛନ୍ତି ।

Loading...
>