fbpx
Home Entertainment ହୋମ ଆଇସୋଲେଶନରେ ଅଛନ୍ତି ଏହି ବଲିଉଡ ଅଭିନେତ୍ରୀ, ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ହୋମ ଆଇସୋଲେଶନରେ ଅଛନ୍ତି ଏହି ବଲିଉଡ ଅଭିନେତ୍ରୀ, ଝରକା ଦେଇ ଶାଶୁଙ୍କ ସହ କଥା ହେଲେ

ବଲିଉଡ୍‌ ନାୟିକା ସୋନମ କପୁର କରୋନାରୁ ଦୂରେଇ ରହିବା ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ନିକଟରେ ସେ ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ଲଣ୍ଡନରୁ ଫେରିଥିବା ବେଳେ ନିଜ ଘରେ ୧୪ ଦିନ ପାଇଁ ସେଲ୍ଫ ଆଇସୋଲେଶନରେ ଥିବା ଜଣାପଡିଛି। ଏବେ ସୋନମଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି ସୋନାମ ତାଙ୍କ ଶାଶୁ ପ୍ରିୟା ଆହୁଜାଙ୍କ ସହ ଝରକା ଦେଇ କଥା ହେଉଛନ୍ତି। ଅର୍ଥାତ୍‌ କରୋନା ଭୟରେ ସେ ତାଙ୍କ ପରିବାର ଲୋକଙ୍କଠାରୁ ମଧ୍ୟ ଦୂରେଇ ରହିଛନ୍ତି ବୋଲି କୁହାଯାଉଛି। ଏହି ଭିଡିଓଟିକୁ ସୋନମଙ୍କ ସ୍ବାମୀ ଆନନ୍ଦ ଆହୁଜା ଶେୟାର କରିବା ସହ ଲେଖିଛନ୍ତି ‘Quarantine times’. ତେବେ ସୋନମ ବିମାନ ବନ୍ଦରରୁ ଘରକୁ ଆସିବା ପୂର୍ବରୁ ତାଙ୍କର ବହୁବାର ଯାଞ୍ଚ କରାଯାଇଥିବା ସେ କୁହନ୍ତି। କିନ୍ତୁ କରୋନା ଭାଇରସକୁ ନେଇ ଲୋକେ ବିଭିନ୍ନ ପ୍ରକାର ସତର୍କତା ଅବଲମ୍ବନ କରୁଥିବାରୁ ସୋନମ ନିଜକୁ ଆଇସୋଲେଶନରେ ରଖିବାକୁ ଠିକ୍‌ ଭାବିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଓଡ଼ିଶାବାସୀଙ୍କ ସହଯୋଗ ଓ ସଚେତନତା ପାଇଁ କମ୍ କେସ୍ ଆସିଛି : ସୁବ୍ରତ ବାଗଚୀ

ଭୁବନେଶ୍ୱର: ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ୍ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ରାଜ୍ୟର ପ୍ରଥମ ପଜିଟିଭ୍ ୧୫ମାର୍ଚ୍ଚରେ ଜଣାପଡ଼ିଥିଲା । ସେହିପରି ରାଜ୍ୟର...

ରାଜ୍ୟ ସରକାରଙ୍କ ବଡ ପଦକ୍ଷେପ : ସବୁ ଜିଲ୍ଲାରେ ଖୋଲିବ COVID-19 ହସ୍ପିଟାଲ୍

ଭୁବନେଶ୍ୱର : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାର ଲାଗିଛି । ସ୍ଥିତିକୁ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ତିନି ଥିବା...

ଟି-୨୦ ବିଶ୍ୱକପ ନହେଲେ ଆଇପିଏଲ ହେବ : ସୂତ୍ର

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ...

ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଚିହ୍ନଟ

ସାଉଥବଲଣ୍ଡା:ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଜ୍ୱାଳାମୁଖୀ ମା’ ହିଙ୍ଗୁଳାଙ୍କ ଉଭାସ୍ଥଳୀ ଗତକାଲି ନିଶାର୍ଦ୍ଧରେ ଚିହ୍ନଟ ହୋଇଯାଇଛି । ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ମନ୍ଦିରର ପୂର୍ବ ଦିଗରେ ପ୍ରାୟ ୪୦୦ମିଟର ଦୂରରେ ଥିବା ଅରା ବାଉଁଶବଣ ନିକଟସ୍ଥ...

Recent Comments

>