Home Entertainment ଧାଡିରେ ଠିଆ ହୋଇ ଭୋଟ୍ ଦେଲେ ବହୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

ଧାଡିରେ ଠିଆ ହୋଇ ଭୋଟ୍ ଦେଲେ ବହୁ ସେଲିବ୍ରିଟି, ଦେଖନ୍ତୁ ଫଟୋ

ମୁମ୍ବାଇ: ଆଜି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଛି। ଆସନ୍ତା ୨୪ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଆଜି ଗଣତନ୍ତ୍ରର ଏହି ମହାନପର୍ବରେ ସାଧାରଣ ଲୋକଙ୍କ ସହ ବଲିଉଡ୍‌ର ବହୁ ନାମିଦାମୀ କଳାକାର, କ୍ରିକେଟର ଓ ରାଜନେତା ସାମିଲ ହୋଇ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ସର୍ବପ୍ରଥମେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ତାଙ୍କ ପରିବାର ଲୋକଙ୍କ ସହ ଭୋଟଦାନ କରିଥିଲେ।

ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ମଧ୍ୟ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କ ସହ ମତାଧିକାର ସାବ୍ୟସ୍ତ କରିଛନ୍ତି।ନାଗପୁରରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ, ତାଙ୍କ ପତ୍ନୀ ଓ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଭୋଟ ଦେଇଥିଲେ। ଗୋଣ୍ଡିଆ ନିର୍ବାଚନମଣ୍ଡଳୀର ଏକ ବୁଥରେ ଏନ୍‌ସିପି ନେତା ପ୍ରଫୁଲ୍ଲ ପଟେଲ ଓ ତାଙ୍କ ପତ୍ନୀ ବର୍ଷାଙ୍କ ସହ ଭୋଟ ଦାନ କରିଛନ୍ତି।ବିଜେପି ସାଂସଦ ତଥା ଅଭିନେତା ରବି କିଷନ ଗୋରେଗାଓଁରେ ଥିବା ଏକ ଭୋଟ କେନ୍ଦ୍ରରେ ପହଞ୍ଚି ମତାଧିକାର ସାବ୍ୟସ୍ତ କରିଛନ୍ତି।

ଲାଠୁରରେ ଅଭିନେତା ରିତେଶ ଦେଶମୁଖ, ପତ୍ନୀ ଜେନେଲିଆ ଡି ସୋଜା ଓ ପରିବାର ବର୍ଗ ଏକାଠି ଯାଇ ଭୋଟ ଦେଇଥିଲେ।ପଶ୍ଚିମ ବାନ୍ଦ୍ରାରେ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ, ଆମୀର ଖାନ, ସଚିନ ତେନ୍ଦୁଲକର, ତାଙ୍କ ପତ୍ନୀ ଅଞ୍ଜଳି, ପୁଅ ଅର୍ଜୁନ, କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ, ଅଭିନେତ୍ରୀ ହେମା ମାଳିନୀ, ଶାବନା ଅଜିମ, ଜାଭେଦ ଅଖତର, ବୁଥ ନଂ ୧୧୭ରେ ଶାହାରୁଖ ଖାନ ଓ ପତ୍ନୀ ଗୌରୀ ଖାନ୍‌ ଦୀର୍ଘ ସମୟ ଧରି ଲାଇନ୍‌ରେ ଛିଡ଼ା ହେବା ପରେ ଭୋଟ ଦେଇଛନ୍ତି। ଏଥିସହ ସମସ୍ତେ ଲୋକଙ୍କୁ ଗଣତନ୍ତ୍ରର ଏହି ମହାନ ପର୍ବରେ ସାମିଲ ହେବାକୁ ନିବେଦନ କରିଛନ୍ତି। ସେହିପରି ଅଭିଷେକ ବଚ୍ଚନ, ପତ୍ନୀ ଐଶ୍ୱର୍ଯ୍ୟା, ଟେନିସ ତାରକା ମହେଶ ଭୂପତି, ପତ୍ନୀ ଲାରା ଦତ୍ତ, ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରମୁଖ ମଧ୍ୟ ଅପରାହ୍ଣରେ ମତାଧିକାର ସାବ୍ୟସ୍ତ କରିଛନ୍ତି।

Loading...

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ପଡିଆକୁ ଫେରିଲେ ହାର୍ଦ୍ଦିକ : ଚୌକା-ଛକାର ବର୍ଷା କଲେ

ନୂଆଦିଲ୍ଲୀ : ଡିୱାଇ ପାଟିଲ ଟି-୨୦ କପରେ ବ୍ୟାଙ୍କ ଅଫ୍ ବରୋଦା ବିପକ୍ଷ ମ୍ୟାଚ୍ ରିଲାଏନ୍ସ-୧ ଟିମ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟା, ଭୁବନେଶ୍ୱର କୁମାର ଓ ଶିଖର ଧାୱାନ ଆଜି ଖେଳିଛନ୍ତି ।...

ଜମାଟୋର ଏହି ଡେଲିଭରୀ ପିଲାର ଫ୍ୟାନ୍ ହେଲେ ଲୋକେ, ସୋସିଆଲ ମିଡିଆରେ ଭାଇରଲ ହେଲା ଭିଡିଓ

ସୋସିଆଲ ମିଡିଆରେ ଏବେ ଜମାଟୋ ଡେଲିଭରୀ ପିଲାଙ୍କ ଏକ ଭିଡିଓ ଖୁବ୍ ଭାଇରଲ ହେବାରେ ଲାଗିଛି । ଲୋକମାନେ ଏହି ଡେଲିଭରୀ ପିଲାର ଫ୍ୟାନ ପାଲଟି ଗଲେଣି । କିନ୍ତୁ କାହିଁକି ?...

ନିର୍ଭୟା ମାମଲା : ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ଯାଚିକା ଦାଖଲ କଲେ ପବନ, ମାଗିଲେ ଏହି ସଜା

ନୂଆଦିଲ୍ଲୀ : ନିର୍ଭୟା ଗଣବଳାତ୍କାର ଓ ହତ୍ୟା ମାମଲାର ଚତୁର୍ଥ ଦୋଷୀ ପବନ କୁମାର ଗୁପ୍ତା ଶୁକ୍ରବାର ସୁପ୍ରିମକୋର୍ଟରେ ସୁଧାରାତ୍ମକ ଯାଚିକା ଦାୟର କରି ଫାଶୀ ବଦଳରେ ଆଜୀବନ ଜେଲ୍ ସଜା ଦେବାକୁ...

ନବୀନ ନିବାସରେ ଏକାଠି ଖାଇଲେ ଶାହ, ନୀତିଶ, ମମତା, ନବୀନ, ଧର୍ମେନ୍ଦ୍ର

ଭୁବନେଶ୍ୱର : ପୂର୍ବାଞ୍ଚଳ ଆଞ୍ଚଳିକ ବୈଠକ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାସଭବନରେ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ । ଏଥିରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ...

Recent Comments

>