ଐଶ୍ୱର୍ଯ୍ୟାଙ୍କ ଫିଟନେସ୍ ରାଜ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୌନ୍ଦର୍ଯ୍ୟତାର ରାଜ୍ ସମ୍ପର୍କରେ ଜାଣିବାକୁ ଫ୍ୟାନ୍ମାନଙ୍କର ଇଚ୍ଛା ଥାଏ । ତେବେ ଆସନ୍ତୁ ଜାଣିବା ଫିଟ୍ ରହିବା ପାଇଁ ଐଶ୍ୱର୍ଯ୍ୟା କ’ଣ ସବୁ କରିଥାନ୍ତି । ତାଙ୍କର ସକାଳ ଆରମ୍ଭ ହୁଏ ଲେମ୍ବୁ ଏବଂ ଗ୍ଲାସେ ଉଷୁମ ପାଣିରୁ । ସକାଳ ଜଳଖିଆ ଖାଇବାକୁ ସେ ଆଦୌ ଭୁଲନ୍ତି ନାହିଁ । ଜଳଖିଆରେ ବ୍ରାଉନ୍ ବ୍ରେଡ ଟୋଷ୍ଟ ସାମିଲ କରିଥାନ୍ତି । କେବେ କେବେ ଓଟ୍ସ ବି ଖାଇଥାନ୍ତି । ଏଥିରେ ଫାଇବରର ମାତ୍ରା ଅଧିକ ଥାଏ । ତେଣୁ ସ୍ୱାସ୍ଥ୍ୟ ଭଲ ରହିଥାଏ । ଲଞ୍ଚ୍ରେ ଭାତ, ଡାଲି, ଏବଂ ସବୁଜ ପନିପରିବାରେ ପ୍ରସ୍ତୁତ ତରକାରୀ ଖାଇଥାନ୍ତି । ରାତିରେ ହାଲୁକା ଖାଦ୍ୟ ଖାଇବାକୁ ସେ ପସନ୍ଦ କରନ୍ତି । କାରଣ ପାଚନ ପ୍ରକ୍ରିୟା ସହଜ ହୋଇଥାଏ । ରାତିରେ ବେଳେବେଳେ ବ୍ରାଉନ୍ ରାଇସ୍ ଏବଂ ମାଛ ଖାଇଥାନ୍ତି । ୨୪ ଘଣ୍ଟା ଭିତରେ ସେ କିଛି କିଛି ଫଳ ଆହାର କରିଥାନ୍ତି । ଜଙ୍କ୍ଫୁଡ୍ ଆଦୌ ଗ୍ରହଣ କରନ୍ତି ନାହିାଁ ଦିନକୁ ୮ ଗ୍ଲାସ ପାଣି ପିଇଥାନ୍ତିା ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଛନ୍ତି, ପ୍ରତିଦିନ ସେ ଜିମ୍ ଯାଆନ୍ତିନାହିଁ । ସପ୍ତାହରେ ଦିନେ ଦୁଇଦିନ ଯାଇଥାନ୍ତିା ଏହା ବ୍ୟତୀତ ସେ ଯୋଗ କରିଥାନ୍ତିା ସେ କୁହନ୍ତି, ଯୋଗ କରିବା ଦ୍ୱାରା ମନ ଫୂର୍ତ୍ତି ରହିବା ସହ ଶରୀର ଶକ୍ତିଶାଳୀ ହୋଇଥାଏା ସେ ୪୫ ମିନିଟ୍ ଯୋଗ କରିଥାନ୍ତି । ସକାଳେ ଜଗିଂ ବି କରିଥାନ୍ତି ।

Loading...
>