ସତ୍ୟର କାହାଣୀ “ଛବିରାଣୀ’

ସତ୍ୟ ଘଟଣାକୁ ନେଇ ନିର୍ମାଣ ହେଉଛି ନୂଆ ଓଡ଼ିଆ ଚଳଚିତ୍ର ‘ଛବିରାଣୀ’ । କିଛି ବର୍ଷ ତଳେ ଘଟିଥିବା ଲୋମଟାଙ୍କୁରା ଛବିରାଣୀ ହତ୍ୟାକାଣ୍ଡକୁ ନେଇ ନିର୍ଦ୍ଦେଶକ ବବି ଇସଲାମ ଏହି ଚଳଚିତ୍ରଟି ନିର୍ମାଣ କରୁଛନ୍ତି । ଏହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ ଆନନ୍ଦ । ଗୀତ ରଚନା କରିଛନ୍ତି ବସନ୍ତରାଜ ସାମଲ ଏବଂ ଶୀର୍ଷାନନ୍ଦ ଽାସ କାନୁନ୍ଗୋ । ସଂଳାପ ଲେଖିଛନ୍ତି ଶଙ୍କର ତ୍ରିପାଠୀ । ଦିଗ୍ଦର୍ଶକ ଅଛନ୍ତି ବିଜୟ ମଲ୍ଲ । ବବି ଇସଲାମ ଏବଂ ତାଙ୍କ ଟିମ୍ ଏହାକୁ ନିର୍ମାଣ କରୁଛନ୍ତି । ଏଥିରେ ଅମନ, ଚନ୍ଦ୍ରିକା, ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ଆଶିଷ ନାୟକ, ମିଟୁ ମିଥୁନ, ବାବୁ ପ୍ରଧାନ, ସନ୍ଦୀପ ପାଣି ପ୍ରମୁଖ ଅଭିନୟ କରିଛନ୍ତି । ଏହା ଏକ ନିଛକ ଓଡ଼ିଆ ଚଳଚ୍ଚିତ୍ର ହୋଇଥିବାର ଏହାକୁ ଅନେକ ଦିନ ଧରି ଓଡ଼ିଆ ଦର୍ଶକ ଅପେକ୍ଷା କରିଥିଲେ । ବାରମ୍ବାର ଦର୍ଶକଙ୍କ ଦାବି ମୌଳିକ କାହାଣୀ ସିନେମା ନିର୍ମାଣକୁ ନେଇ ହେଉଥିବାରୁ ଏବେ ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି । ମାର୍ଚ୍ଚ କିମ୍ବା ଏପ୍ରିଲରେ ଏହା ପରଦାକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ପ୍ରକାଶ କରିଛନ୍ତି ।

Loading...
>