ସ୍ତ୍ରୀ ଦୀପିକାଙ୍କ ପାଇଁ ସପିଂ କରୁଛନ୍ତି ରଣବୀର, ଫଟୋ ହେଲା ଭାଇରାଲ

ବଲିଉଡ ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ ଏବେ ନିଜ ଆଗାମୀ ଫିଲ୍ମ ‘ଛପାକ୍‌’ରେ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏପଟେ ସ୍ବାମୀ ରଣବୀର ସିଂ ବଜାରରୁ ଦୀପିକାଙ୍କ ପାଇଁ ହ୍ୟାଣ୍ଡ୍‌ ବ୍ୟାଗ୍‌ କିଣୁଥିବା ନଜର ଆସିଛନ୍ତି। ଭଉଣୀ ରିତିକାଙ୍କ ସହ ଶପିଂ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଶପିଂ ମଲ୍‌ରେ ରଣବୀରଙ୍କୁ ଦେଖିବା ପାଇଁ ପ୍ରଶଂସକଙ୍କ ଭିଡ ଜମିଥିଲା। ରଣବୀର ଫିଲ୍ମ ‘୮୩’ରେ ପୂର୍ବତନ ଭାରତୀୟ କ୍ରିକେଟର କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଫିଲ୍ମରେ ରଣବୀରଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିବେ ଦୀପିକା। ସେହିପରି ଦୀପିକାଙ୍କ ଅଭିନୀତ ‘ଛପାକ୍‌’ ଜାନୁଆରୀ ୧୦ରେ ରିଲିଜ୍‌ ହେବ।

Loading...
>