ବୟଫ୍ରେଣ୍ଡଙ୍କ ସହ ଛୁଟି କାଟୁଛନ୍ତି ଏହି ଅଭିନେତ୍ରୀ, ଫଟୋ ହେଲା ଭାଇରାଲ

ଟେଲିଭିଜନ୍ ଅଭିନେତ୍ରୀ ହିନା ଖାନ୍ ଏବେ ମାଳଦ୍ବୀପରେ ଛୁଟି କଟାଉଛନ୍ତି। ଛୁଟିଦିନର ଅନେକ ଫଟୋ ହିନା ଖାନ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏଥିରେ ତାଙ୍କର ସିଜଲିଙ୍ଗ୍ ଅବତାର ସାମନାକୁ ଆସିଛି। ବିକିନି ଏବଂ ସୁଇମ୍ ସୁଟ୍ ପିନ୍ଧି ହୀନା ତାଙ୍କର ସେକ୍ସି ଲୁକ୍ ସେୟାର କରିଛନ୍ତି। ସୋସିଆଲ ମିଡିଆରେ ଫଟୋ ଦେଖି ଫ୍ୟାନ୍ ତାଙ୍କ ତାରିଫ କରିବା ଆରମ୍ଭ କରି ଦେଇଛନ୍ତି।ହିନା ତାଙ୍କ ବୟଫ୍ରେଣ୍ଡ ରକି ଜୟସଓ୍ବାଲଙ୍କ ସହ ଭ୍ୟାକେସନରେ ଯାଇଛନ୍ତି। ଦୁହେଁ ଏହି ଛୁଟିରେ କ୍ବାଲିଟି ଟାଇମ୍ ସ୍ପେଣ୍ଡ କରିବାକୁ କୌଣସି ସୁଯୋଗ ଛାଡ଼ୁନାହାନ୍ତି। କେତେବେଳେ ସମୁଦ୍ର କୂଳରେ ତ କେ​ତେବେଳେ ପୁଲରେ ଦୁହେଁ ଫ୍ଲୋଟିଙ୍ଗ୍ ବ୍ରେକଫାଷ୍ଟର ମଜା ନେଉଥିବା ନଜର ଆସିଛନ୍ତି।ହୀନା ଏବଂ ରକି ଦୀର୍ଘ ଦିନରୁ ପରସ୍ପରକୁ ଡେଟ୍ କରୁଛନ୍ତି। ଦୁହେଁ ପରସ୍ପରକୁ ନେଇ ଖୁବ୍ ପଜେସିଭ ଅଛନ୍ତି। ଉଭୟଙ୍କ ସାକ୍ଷାତ ଟିଭି ଶୋ ‘ୟେ ରିସ୍ତା କ୍ୟା କେହଲାତା ହେ’ର ସେଟରେ ୨୦୦୯ମସିହାରେ ହୋଇଥିଲା। ହୀନା ଏହି ଶୋରେ ଲିଡ ଆକ୍ଟେସର ଭୂମିକାରେ ଅଭିନୟ କରିଥିଲେ। ରକି ଏହି ଶୋର ଏକ୍ସିକ୍ୟୁଟିଭ ପ୍ରଡ୍ୟୁସର ଥିଲେ।ହୀନା ନିଜ କ୍ୟାରିୟରର ଆରମ୍ଭ ଟିଭି ସିରିୟଲ୍ ‘ୟେ ରିସ୍ତା କ୍ୟା କେହଲାତା ହେ’ରୁ କରିଥିଲେ। ପାଖାପାଖି ୮ବର୍ଷ ଏହି ଶୋରେ ରହିବା ପରେ ସେ ଏହି ଶୋ ଛାଡ଼ି ଦେଇଥିଲେ କାରଣ ସେ ବୋହୂର ଭୂମିକାରେ ଅଭିନୟ କରି କରି ଥକି ଯାଇଥିଲେ।

Loading...
>