ଏସିଡ ପୀଡିତାଙ୍କ ବିବାହ ଦେଖି ଖୁସିହେଲେ ଶାହରୁଖ, ଟ୍ୱିଟ୍ କରି ଶୁଭାକାମନା ଜଣାଇଲେ

ବଲିଉଡର ବାଦଶାହ ଶାହରୁଖ ନିଜର କେତେକ ଭଲ କାମ ପାଇଁ ସବୁବେଳେ ଚର୍ଚ୍ଚା ରହୁନ୍ତି । ଏଇଥି ପାଇଁ ଲୋକେ ତାଙ୍କୁ ଫିଲ୍ମ ବାହାରେ ମଧ୍ୟ ହିରୋ ମାନନ୍ତି । ଶାହରୁଖ ଖାନ୍ ଏସିଡ୍ ପୀଡିତାଙ୍କ ପାଇଁ ଏକ ଫାଉଣ୍ଡେସନ ଚଳାଉଛନ୍ତି ଯେଉଁଥିରେ ଏସିଡ୍ ପୀଡିତାଙ୍କ ଚିକିତ୍ସାଠାରୁ ଆରମ୍ଭ କରି ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଏ । ଶାହରୁଖ ମଝିରେ ମଝିରେ ଏସିଡ ପିଡିତାଙ୍କୁ ଭେଟିବା ପାଇଁ ଫାଉଣ୍ଡେସନକୁ ଯାଇଥାନ୍ତି । ନିକଟରେ ଶାହରୁଖଙ୍କ ମୀର ଫାଉଣ୍ଡେସନର ଜଣେ ଏସିଡ ପୀଡିତାଙ୍କ ବିବାହ ହୋଇଛି, ଯାହାର ଫଟୋ ଶାହରୁଖ ଟ୍ୱିଟରରେ ସେୟାର କରିଛନ୍ତି । ପୀଡିତାଙ୍କ ବିବାହ ପାଇଁ ନିଜର ଖୁସି ଜାରି କରି ଟ୍ୱିଟରରେ ତାଙ୍କ ବଧେଇ ଦେଇଛନ୍ତି । ଟ୍ୱିଟ କରି ଶାହରୁଖ ଲେଖିଛନ୍ତି ଯେ, ଅନୁପମା ମୋ ତରଫରୁ ତମକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା, ଆପଣଙ୍କ ଜୀବନରେ ଏହି ନୂଆ ଯାତ୍ରା ସୁଖମୟ ହେଉ । ଜଗଦୀପ ତୁମେ ସତରେ ଜଣେ ମଣିଷ…ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଆପଣ ଦୁହେଁ ମିଶି ନିଜର ଖୁସିକୁ ଦ୍ୱିଗୁଣା କର । ଶାହରୁଖଙ୍କ ଏହି ଟ୍ୱିଟ୍ ପରେ ଫ୍ୟାନ ମଧ୍ୟ ରିଟ୍ୱିଟ୍ କରି ଶାହରୁଖଙ୍କୁ ବଧେଇ ଜଣାଇଛନ୍ତି ।

Loading...
>