ବ୍ରତ-ଉପବାସ ଆଦି କରନ୍ତି କାହିଁକି ?

ଧାର୍ମୀକ ବିଚାରଧାରା ଅନୁସାରେ ଦେବା-ଦେବୀମାନଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ-ଉପବାସ ରଖିବା ଦରକାର । ଦେବୀ-ଦେବତା ପ୍ରସନ୍ନ ହୋଇ ଭକ୍ତକୁ ମନୋବାଚ୍ଛିତ ଫଳ ପ୍ରଦାନ କରିଥାଆନ୍ତି । ବୈଜ୍ଞାନିକ ଦୃଷ୍ଟିକୋଣରୁ ଉପବାସ ରହିବାର କରାଣ ଏହି ଯେ, ଅନ୍ନରେ ଏକ ପ୍ରକାର ନିଶା ଅଛି ଯାହା ଶରୀରରେ ମାଦକତା ଆଣିଥାଏ । ଆପଣ ନିଜେ ଅନଉଭବ କରିଥିବେ ଯେ ଭୋଜନ ପରେ ଆଳସ୍ୟ ଆସିଯାଏ । ବେଳେ ବେଳେ ପେଟରେ ଗ୍ୟାସ୍ ଆମ୍ବିଳା ହାକୁଟି ଆସେ ଓ ଯାହାଦ୍ୱାରା ବିକାର ଉତ୍ପନ୍ନ ହୋଇଥାଏ । ଶରୀରର ସୌଷ୍ଠବ ଠିକ୍ ରଖିବା ତଥା ଅନ୍ନର ମାଦକତାକୁ କମ୍ କରିବାର ଏକମାତ୍ର ସାଧନ ହେଉଛି ଉପବାସ । ଆଜିକାର ଅତ୍ୟାଧୁନିକ ଫେସନ ଯୁଗରେ ଲୋକ “ଡାୟଟିଙ୍ଗ’ ମଧ୍ୟ କରନ୍ତି । ଶରୀରର ପୃଥୁଳତା କମାଇବା ପାଇଁ ଲୋକେ ଉପବାସ ବ୍ରତ ଆଦି କରିଥାଆନ୍ତି ।

Loading...
>