ରାଶି ଅନୁସାରେ ଆପଣଙ୍କ ବାଣିଜ୍ୟ ଓ ବ୍ୟବସାୟ ୨୦୨୦ରେ କେମିତି ରହିବ ଜାଣନ୍ତୁ..

ଦିନ କେଇଟା ପରେ ବଦଳିଯିବ ବର୍ଷ । ନୂଆ ବର୍ଷଟି କିପରି କଟିବ ସେ ନେଇ ସମସ୍ତଙ୍କ ମନରେ ଉତ୍ସୁକତା ରହିବା ସ୍ୱଭାବିକ । ତେବେ କେବଳ ବୃତ୍ତିଜୀବି କି ଘରୋଇ ଲୋକେ ନୁହଁନ୍ତି ବ୍ୟବସାୟୀଙ୍କ ମନରେ ବର୍ଷତମାମ ସେମାନଙ୍କ କାରବାରକୁ ନେଇ ଚିନ୍ତା ରହିବା ନିଶ୍ଚିତ। ତେବେ ଆପଣଙ୍କ ରାଶିରୁ ଜାଣନ୍ତୁ  ଆଗାମୀ ନୂଆ ବର୍ଷ ୨୦୨୦ରେ କିପରି ରହିବ ଆପଣଙ୍କ ବାଣିଜ୍ୟ ଓ ବ୍ୟବସାୟ।

ମେଷ :  ଆଗାମୀ ୨୦୨୦ ବର୍ଷ ମେଷ ରାଶି ଜାତକ ବ୍ୟବସାୟୀଙ୍କ ଲାଗି ଲାଭଦାୟକ ବର୍ଷ ସାବ୍ୟସ୍ତ ହୋଇପାରେ। ବ୍ୟବସାୟରେ ଉନ୍ନତି ହେବା ସହ କାରବାର ବିସ୍ତାର ଲାଗି ନୂଆ ବର୍ଷରେ ଚିନ୍ତା କରିପାରନ୍ତି। ଯଦି ଆପଣ ବିଦେଶ ଅଥବା ବିଦେଶୀ କମ୍ପାନୀମାନଙ୍କ ସହ ବ୍ୟବସାୟ କରିବାକୁ ଚାହୁଁଥାନ୍ତି ତେବେ ଆପଣଙ୍କ ଲାଗି ବର୍ଷଟି ଅତ୍ୟନ୍ତ ଅନୁକୂଳ କୁହାଯାଇପାରେ। ଗତ ବର୍ଷ ଆପଣ କରିଥିବା ନିବେଶରୁ ନିଶ୍ଚିତ ଲାବାନ୍ୱିତ ହେବେ। ଏଣୁ ନୂଆ ନିବେଶ ଲାଗି ମଧ୍ୟ ନୂଆ ବର୍ଷରେ ନୂଆ ଯୋଜନା ହାତକୁ ନେଇପାରନ୍ତି। ଅଟକି ରହିଥିବା ପଇସା ଅସୁଲ ହେବାରବି ଅନେକ ସମ୍ଭାବନା ରହିଛି। ଆପଣଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆସିବାକୁ ଥିବା ବେଳେ ବ୍ୟାଙ୍କ ଋଣ ଥିଲେ ସୁଧହାର ହ୍ରାସ ଯୋଗୁ ବ୍ୟବସାୟୀମାନେ ଏଥିରୁ ନିଶ୍ଟିତ ଲାଭବାନ ହୋଇପାରିବେ।

ବୃଷ :  ଏହି ରାଶି ଜାତକଙ୍କ ଲାଗି ବର୍ଷଟି ଲାଭଦାୟକ ସାବ୍ୟସ୍ତ ହୋଇପାରେ। ତେବେ ସାବଧାନ ଏବେବି ପରିସ୍ଥିତି ଆପଣଙ୍କ ଲାଗି ଏତେଟା ଅନୁକୂଳ ହୋଇନି। ତେବେ ବ୍ୟବସାୟରେ ସୁଧାର ଆପଣଙ୍କୁ ସାମାନ୍ୟ ଆଶ୍ୱସ୍ତ କରିବା ସହ ନୂଆ କ୍ଷେତ୍ରରେ ବିସ୍ତାର ଲାଗି ବିଚାର ଆସିବ। ବ୍ୟବସାୟୀକ ଉନ୍ନତି ନେଇ ଥିବା ସନ୍ଦେହ ଅବସାନ ହେବା ସହ ଅଟକି ରହିଥିବା ଯୋଜନାରେ ପ୍ରଗତି ଦେଖାଦେବ। ସରକାରୀ ଯୋଜନା ଓ ନୀତିରୁ ଲାଭବାନ ହେବେ। ଅଟକି ରହିଥିବା ଧନ ମିଳିଯିବ ଓ ଆର୍ଥିକ ଅବସ୍ଥାରେ ବି ସୁଧାର ଆସିବ। ତେବେ ନୂଆ ଉଧାର ଦେବା କଥା ଭୁଲରେ ବି ଚିନ୍ତା କରନ୍ତୁ ନାହିଁ। ଯଦି ଅଂଶିଦାରଙ୍କ ସହ ବ୍ୟବସାୟ କରୁଥାନ୍ତି ତେବେ ସାମାନ୍ୟ ସମସ୍ୟା ଉପୁଜିପାରେ।

Loading...

ମିଥୁନ : ୨୦୨୦ ବର୍ଷଟି ମିଥୁନ ରାଶି ଜାତକ ବ୍ୟବସାୟୀଙ୍କ ଲାଗି ମିଶ୍ରିତ ଫଳଦାୟକ ହେବ। ଗୋଚର ଗ୍ରହ ଅନୁକୂଳ ରହୁନଥିବାରୁ ବ୍ୟବସାୟୀଙ୍କୁ କାରବାରରେ ସାବଧାନତା ଅବଲମ୍ବନ କରିବାକୁ ପଡିବ। ଜାତକ ମାନ୍ଦାବସ୍ଥାର ଶିକାର ହେବାର ଆଶଙ୍କା ରହୁଛି। ଏଣୁ ବ୍ୟବସାୟ ମଠ ହେବା ସହ ଟର୍ଣ୍ଣଓଭର ବି ଚିନ୍ତାଜନକ ହେବ। ଏଣୁ ଆର୍ଥିକ ସ୍ଥିତି ପ୍ରଭାବିତ ହେବାର ଅନେକ ଆଶଙ୍କା ରହିଛି।  ବାଣିଜ୍ୟ ବ୍ୟବସାୟ ଲାଗି ଧୈର୍ଯ୍ୟର ସହ କାମ କରିବାକୁ ପଡିବ। ନିବେଶ କରିବା ବେଳେ ବୁଝିବିଚାରି ନିବେଶ କରିବା ଭଲ। ସେହିପରି ବର୍ଷତମାମ ଅନାବଶ୍ୟକ ଓ ଆକଶ୍ମିକ ଖର୍ଚ୍ଚରେ ପଡିବାର ବି ଯୋଗ ରହିଛି। ସେହିପରି ସରକାରୀ ନୀତି ଯୋଗୁ କ୍ଷତିରେ ପଡିବାର ବି ଆଶଙ୍କା କରାଯାଉଛି। ଏଣୁ ଗ୍ରହକଙ୍କ ସ୍ଥିତିରୁ ଋଣଭାର ବଢିବାର ଆଶଙ୍କା ଥିବାରୁ ଦେଖିଚାହିଁ ଚଳିବାକୁ ପଡିବ।

କର୍କଟ : ଏହି ରାଶି ବ୍ୟବସାୟୀଙ୍କ ଲାଗି ୨୦୨୦ ବର୍ଷଟି ନୂଆ ସମ୍ଭାବନା ନେଇ ଆସିବ। ବ୍ୟବସାୟରେ ଏତେଟା ଉଠାପକା ପରିସ୍ଥିତି ଭୋଗିବାକୁ ପଡିବ ନାହିଁ। ଯଦିଓ ବ୍ୟବସାୟ ବିସ୍ତାର ଲାଗି ବର୍ଷଟି ଏତେ ଅନୁକୂଳ ନୁହେଁ ତେବେ ପରିଶ୍ରମ କରି ଆପଣ ସ୍ଥିତିକୁ ନିଜ ଆୟତକୁ ଆଣିପାରିବେ। ଏଥିଲାଗି ବ୍ୟବସାୟିକ ଖର୍ଚ୍ଚ ବଢିପାରେ ହେଲେ ବାଦବିବାଦରୁ ଦୂରେଇ ରହିବାକୁ ଉଦ୍ୟମ କରନ୍ତୁ। ନୂଆ ବର୍ଷ ଅଂଶୀଦାର ଓ କର୍ମଚାରୀଙ୍କ ଲାଗି ସମସ୍ୟା ସୃଷ୍ଟି କରିପାରେ। ଚଳିତବର୍ଷ ନୂଆ ନିବେଶରେ ମୁଣ୍ଡ ପୁରାନ୍ତୁନାହିଁ। ପୂର୍ବବର୍ଷ କରିଥିବା ନିବେଶରୁ ନୂଆ ବର୍ଷରେ ଏତେଟା ଲାଭ ପାଇ ନ ପାରନ୍ତି। ଆପଣଙ୍କ ପୈଠ ଓ ପ୍ରାପ୍ତି ଅଟକିଯିବାର ସମ୍ଭାବନା ରହିଛି। ଏଣୁ ଉଧାର ଦେବା ନେବାରୁ ଦୂରେଇ ରହନ୍ତୁ

ସିଂହ : ବର୍ଷ ୨୦୨୦ ସିଂହରାଶି ଜାତକ ବ୍ୟବସାୟୀଙ୍କ ଲାଗି ନୂଆ ସମ୍ଭାବନା ଆଣିବ। ବ୍ୟବସାୟରେ ସୁଧାର ହେବା ସହ କାରବାର ତ୍ୱରାନ୍ୱିତ ବି ହୋଇପାରେ। ଏଣୁ ବ୍ୟବସାୟ ବିସ୍ତାରର ବି ସମ୍ଭାବନା ରହିଛି। ପୂର୍ବରୁ ବ୍ୟବସାୟରେ ରହି ଆସିଥିବା ସମସ୍ୟା ମଧ୍ୟ ଦୂର ହେବ। ଚଳିତବର୍ଷ ଟର୍ଣ୍ଣଓଭର ମଧ୍ୟ ଆଶାଜନକ ହେବ। ତେବେ ଆପଣଙ୍କୁ ଅନାବଶ୍ୟକ ଖର୍ଚ୍ଚ ଟାଳିବାକୁ ପଡିବ। ନୂଆ ବ୍ୟବସାୟ ଲାଗି ସକରାତ୍ମକ ପରିବେଶ ସୃଷ୍ଟି ହେବା ସହ ପ୍ରତିଯୋଗୀତାରେ ଆପଣ ଲାଭବାନ ହେବେ। ସେହିପରି କରଜ ଉଦ୍ଧାର ସ୍ଥିତି ମଧ୍ୟ ନିୟନ୍ତ୍ରିତ ରହିବ। ଅଟକି ରହିଥିବା ଧନ ମିଳିଯିବା ସହ ପୂର୍ବରୁ କରିଥିବା ନିବେଶରୁ ଲାଭବାନ ହେବେ। ଟ୍ୟାକ୍ସ ଆଦି ଝିନଝଟରୁ ବି ମୁକୁଳିଯିବେ।

କନ୍ୟା : ୨୦୨୦ ବର୍ଷ କନ୍ୟାରାଶି ଜାତକ ବ୍ୟବସାୟୀଙ୍କ ଲାଗି ଆଶ୍ୱସ୍ତିଭରା ହୋଇପାରେ। ମାନ୍ଦାବସ୍ଥାରୁ ମୁକୁଳିବା ସହ କାରବାର ଲାଗି ସକରାତ୍ମକ ପରିସ୍ଥିତି ସୃଷ୍ଟି ହେବ। ଏଣୁ ନୂଆ ବର୍ଷରେ ଟର୍ଣ୍ଣ ଓଭରରେ ସାମାନ୍ୟ ସୁଧାର ଆସିପାରେ। ତେବେ ନୂଆବର୍ଷରେ ଅନାବଶ୍ୟକ ଖର୍ଚ୍ଚକାଟ୍ କରିବାକୁ ପଡିବ। ଅଟକି ରହିଥିବା ଅର୍ଥ ଯୋଗୁ ବ୍ୟବସାୟ ଗତିଶିଳ ହେବ ଓ ଆର୍ଥିକ ଲାଭରେ ବୃଦ୍ଧି ହେବ। ସେହିପରି ଚଳିତବର୍ଷ ସମ୍ପତ୍ତିକୁ ନେଇ ଥିବା ବିବାଦ ମଧ୍ୟ ତୁଟି ଯିବାର ସମ୍ଭାବନା ରହିଛି। ନୂଆ ବର୍ଷରେ ନୂଆ ନିବେଶକୁ ନେଇ ସାବଧାନତା ଅବଲମ୍ବନ କରିବା ଜରୁରି। ସାଙ୍ଗରେ କାମ କରୁଥିବା ଲୋକଙ୍କ ବାଦବିବାଦରୁ ନିଜକୁ ଦୂରେଇ ରଖନ୍ତୁ। ଯଦି ବ୍ୟବସାୟ ଲାଗି ଋଣ ନେବାକୁ ଚାହାଁନ୍ତି ତେବେ ନୂଆ ବର୍ଷ ଆପଣଙ୍କ ଲାଗି ଠିକ୍ ସମୟ ନୁହେଁ

ତୁଳା : ଏହି ରାଶି ଜାତକ ବ୍ୟବସାୟୀଙ୍କ ଲାଗି ୨୦୨୦ବର୍ଷଟି  ମଧ୍ୟମ ଫଳଦାୟୀ ରହିବ। ବ୍ୟବସାୟ ଲାଗି ନୂଆ ବର୍ଷ ସାମାନ୍ୟ ସମସ୍ୟାକାରକ ହୋଇପାରେ। ତେବେ ପରିଶ୍ରମ କରି ସ୍ଥିତିରୁ ବ୍ୟବସାୟକୁ ମୁକାଳି ନେଇପାରନ୍ତି। ଏଥିଲାଗି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ। ଚଳିତବର୍ଷ ବ୍ୟବସାୟ ସମ୍ପର୍କିତ ସମସ୍ୟାରେ ଛନ୍ଦିହୋଇ ପଡିବା ଭଳି ଅନୁମାନ କରାଯାଉଛି। ଚୋରୀ ଓ ହାନୀ ଭଳି ଆଶଙ୍କା ମଧ୍ୟ ରହିଛି। ଭାଗ୍ୟର ସହଯୋଗ ନ ମିଳିବା ଯୋଗୁ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଆର୍ଥିକ ସମସ୍ୟା ବି ଉପୁଜିପାରେ। ଏଣୁ ଟର୍ଣ୍ଣ ଓଭରରେ ମଧ୍ୟ ହ୍ରାସ ଦେଖାଦେବ। ବ୍ୟବସାୟ ଲାଗି ଆବଶ୍ୟକ ଧନ ବ୍ୟବସ୍ଥା ନ ହୋଇ ପାରିବା ଯୋଗୁ କାରବାର ପ୍ରଭାବିତ ହୋଇପାରେ

ବିଛା: ୨୦୨୦ ବର୍ଷରେ ବିଛାରାଶି ଜାତକ ବ୍ୟବସାୟରେ ବେଶ ଉନ୍ନତି କରିବାର ସମ୍ଭାବନା ରହିଛି। ବର୍ଷଟି ଯେପରି ଗତିଶିଳ ହେବ ବ୍ୟବସାୟ ଓ ଆୟରେ ସେପରି ଉନ୍ନତି ବଢିବାରେ ଲାଗିବ। ଆର୍ଥିକ ସମସ୍ୟା ଦୂର ହେବା ସହ ବ୍ୟବସାୟ ଲାଗି ଆଶ୍ୱସ୍ତି ଅନୁଭବ କରିବେ। ବିକ୍ରି ବୃଦ୍ଧି ଯୋଗୁ ଟର୍ଣ୍ଣ ଓଭର ମଧ୍ୟ ବଢିବ। ନୂଆ ଯୋଜନାରେ କାର୍ଯ୍ୟ କରିବା ଯୋଗୁ କାରବାର ବିସ୍ତାରର ବି ଯୋଗ ରହିଛି। ଅନାବଶ୍ୟକ ଖର୍ଚ୍ଚ ହ୍ରାସ ସହ ଆର୍ଥିକ ଆୟରେ ବୃଦ୍ଧି ଦେଖା ଦେବ। ଅଂଶୀଦାର ଓ କର୍ମଚାରୀ ମଧ୍ୟ ବ୍ୟବସାୟିକ ଲାଭରେ ସହଯୋଗୀ ହେବେ। ଋଣ ହ୍ରାସ ସହ ଶୁଳ୍କ ଆଦିରୁ ବି ରିହାତି ପାଇବେ।

ଧନୁ: ବ୍ୟବସାୟ ଲାଗି ୨୦୨୦ ବର୍ଷ ଧନୁରାଶି ଜାତକଙ୍କ ଲାଗି ବେଶ ଅନୁକୂଳ ସମୟ। ନୂଆ ବର୍ଷରେ କାରବାର ତ୍ୱରାନ୍ୱୀତ ହେବା ସହ ସକରାତ୍ମକ ପରିବେଶ ସୃଷ୍ଟି ହେବ। ଆର୍ଥିକ ସ୍ଥିତିରେ ସୁଧାରର ଆଭାସ ପାଇବେ। ସରକାରୀ ଓ ଉଧାର କରଜ ମାମଲାରେ ଆଶ୍ୱସ୍ତି ପାଇବେ। ନୂଆ ବର୍ଷରେ ଟର୍ଣ୍ଣଓଭର କିଛିମାତ୍ରାରେ ବୃଦ୍ଧି ହୋଇପାରେ। ଖର୍ଚ୍ଚ ନିୟନ୍ତ୍ରଣ ସହ କାଟ୍ ବି କରିପାରନ୍ତି। ଏଣୁ ଆର୍ଥିକ ସ୍ଥିତିରେ ସୁଧାର ଆଶିବାର ଅନୁଭବ କରିବେ। ବ୍ୟବସାୟୀକ ସମସ୍ୟା ମଧ୍ୟ ହ୍ରାସ ହେବ। ନୂଆ କାର୍ଯ୍ୟରେ ସଫଳତା ମିଳିବାକୁ ଥିବା ବେଳେ ଋଣ ବୋଝ ହ୍ରାସ ହେବ। ଅଟକି ରହିଥିବା ପ୍ରାପ୍ତି ସହଜରେମିଳିଯିବ।

ମକର : ୨୦୨୦ ବର୍ଷ ମକରରାଶି ବ୍ୟବସାୟୀଙ୍କ ଲାଗି ଏତେଟା ଅନୁକୂଳ ନୁହେଁ। ନୂଆ ବର୍ଷ ଯୋଗୁ ଗୋଟିଏ ପଟେ ବ୍ୟବସାୟୀକ ମାନ୍ଦାବସ୍ଥାରୁ ସୁଧୁରିବାର ଆଶା ଦେଖାଦେଇଥିବା ବେଳେ ଛୋଟମୋଟ ସମସ୍ୟା ସବୁବେଳେ ବ୍ୟତିବ୍ୟସ୍ତ କରିବ। ଟର୍ଣ୍ଣ ଓଭର ସେପରି ଉତ୍ସାହପ୍ରଦ ହୋଇନପାରେ। ବ୍ୟବସାୟ ବିସ୍ତାର ଲାଗି ବର୍ଷଟି ଅନୁକୂଳ ନୁହେଁ। ଖର୍ଚ୍ଚରେ ବୃଦ୍ଧି ଆଶଙ୍କା କରାଯାଉଥିବା ବେଳେ ଦୁର୍ଘଟଣା, ହାନୀ ଓ ଚୋରୀର ଭୟ ମଧ୍ୟ ରହିବ। ଏଣୁ ସ୍ଥିର ଆର୍ଥିକ ସ୍ଥିତି ଲାଗି ଖର୍ଚ୍ଚ ନିୟନ୍ତ୍ରଣ ଲାଗି ବର୍ଷ ଆରମ୍ଭରୁ ଉଦ୍ୟମ କରିବାକୁ ପଡିବ। ଋଣ ଯୋଗୁ ଉନ୍ନତି ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି। ପେମେଣ୍ଟ ଅଟକି ଯିବାର ବି ସମ୍ଭାବନା ରହିଛି।

କୁମ୍ଭ : ବର୍ଷ ୨୦୨୦ କୁମ୍ଭରାଶି ଜାତକ ବ୍ୟବସାୟୀଙ୍କ ଲାଗି ଏତେଟା ଉତ୍ସାହପ୍ରଦ ହୋଇନପାରେ। ତେବେ ବର୍ଷଟି ମଧ୍ୟମ ଫଳଦାୟୀ ହେବାର ଆଶା କରାଯାଉଛି। ବ୍ୟବସାୟରେ ଦାୟିତ୍ୱହୀନତା ସମସ୍ୟା ସୃଷ୍ଟି କରିପାରେ। ଏଣୁ ଯେତିକି ପରିଶ୍ରମ କରିବେ ସେତିକି ଫଳ ପାଇବେ। ଚୋରୀ ଓ ଦୁର୍ଘଟଣା କାରଣରୁ ବ୍ୟବସାୟ ପ୍ରଭାବିତ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ସାଙ୍ଗକୁ ଆୟ ବୃଦ୍ଧି ମଧ୍ୟ ହେବ। ସେହିପରି ଋଣ ସମସ୍ୟା ବି ଉପୁଜିପାରେ। ଦେଇଥିବା ଉଧାର ଫେରସ୍ତ ଆସି ନପାରେ। ଏଣୁ କାହାକୁ ଉଧାର କରଜ ଦେବା ଉଚିତ ହେବନାହିଁ।

ମୀନ:  ଏହିରାଶି ଜାତକ ବ୍ୟବସାୟୀଙ୍କ ଲାଗି ବର୍ଷଟି ବେଶ ଉନ୍ନତିକାରକ ସାବ୍ୟସ୍ତ ହେବ। ଗତବର୍ଷମାନଙ୍କରେ ବ୍ୟବସାୟ ଲାଗି ଭୋଗି ଆସୁଥିବା ସମସ୍ୟାରୁ ମୁକୁଳିପାରନ୍ତି। ଭାଗ୍ୟର ସାଥ ମିଳିବା ଯୋଗୁ କାର୍ଯ୍ୟରେ ସଫଳତା ମଧ୍ୟ ମିଳିବ। ଖର୍ଚ୍ଚ ହ୍ରାସ ହେବା ଯୋଗୁ ଆର୍ଥିକ ସ୍ଥିତିରେ ବି ସୁଧାର ଆସିବ। ପୂର୍ବରୁ କରାଯାଇଥିବା ନିବେଶରୁ ଏବେ ଲାଭ ମିଳିବାକୁ ଲାଗିବ। ନୂଆ ଯୋଜନାରୁ ଲାଭ ହେବା ସହ କରଜରୁ ମୁକ୍ତି ପାଇପାରିବେ। ଅଟକି ରହିଥିବା ପ୍ରାପ୍ତି ମିଳିଯିବ। କର୍ମଚାରୀ ଓ ଅଂଶୀଦାରଙ୍କ ସହଯୋଗରୁ କାରବାର ବଢିବ। ନୂଆ ବଡ ଗ୍ରାହକ ମିଳିବେ। ଫଳରେ ବ୍ୟବସାୟରୁ ଆଶା କରୁଥିବା ପରିଣାମ ମିଳିପାରିବ । ସରକାରଙ୍କ ପକ୍ଷରୁ ନୂଆ ଶୁଭ ଖବର ମିଳିବ। ଶୁଳ୍କ ଆଦି ରାହତ ଯୋଗୁ ବର୍ଷଟି କାରବାର ଲାଗି ବେଶ ଉତ୍ତମ ରହିବ।

Loading...
>