ମହାତ୍ମା ବୁଦ୍ଧ କହିଛନ୍ତି ଏମିତି ଲୋକ କେବେବି ଗରୀବ ହୁଅନ୍ତିନି

ଥରେ ଗୌତମ ବୁଦ୍ଧ ଏକ ଗାଁରେ ଅବସ୍ଥାନ କରିଥାନ୍ତି । ଲୋକମାନେ ନିଜର ସମସ୍ୟାକୁ ନେଇ ତାଙ୍କ ପାଖକୁ ଯାଆନ୍ତି ଆଉ ସମସ୍ୟାର ସମାଧାନ ପାଇ ଖୁସି ମନରେ ଘରକୁ ଫେରୁଥାନ୍ତି । ସେହି ଗ୍ରାମରେ ସଡକ କଡରେ ଜଣେ ଭିକାରୀ ବସୁଥାଏ । ସେ ବୁଦ୍ଧଙ୍କ ପାଖକୁ ଆସୁଥିବା ଲୋକଙ୍କୁ ଧ୍ୟାନର ସହ ନିରକ୍ଷଣ କରୁଥାଏ । ସେ ବହୁତ ଆଶ୍ଚର୍ଯ୍ୟ ହୁଏ ଯେ, ଲୋକମାନେ ବୁଦ୍ଧଙ୍କ ପାଖକୁ ଦୁଃଖରେ ଯାଉଛନ୍ତି କିନ୍ତୁ ଫେରିଲା ବେଳେ ହସଖୁସିରେ ଆସୁଛନ୍ତି । ଏହି ଭିକାରୀକୁ ଲାଗିଲା ସେ କାହିଁକି ତା\’ର ସମସ୍ୟା ବୁଦ୍ଧଙ୍କୁ ନ ଜଣାଇବ । ମନରେ ଏହି ବିଚାର କରି ସେ ମହାତ୍ମା ବୁଦ୍ଧଙ୍କ ପାଖରେ ପହଞ୍ଚିଲା ।
ଲୋକମାନେ ଧାଡିରେ ଯାଇ ବୁଦ୍ଧଙ୍କୁ ସମସ୍ୟା ଜଣାଉଥାନ୍ତି ଓ ସେ ଖୁସି ମନରେ ସମସ୍ତଙ୍କ ସମସ୍ୟାର ସମାଧାନ କରୁଥାନ୍ତି । ଯେତେବେଳେ ଏହାର ପାଳି ଆସିଲେ ସେ ମହାତ୍ମାଙ୍କୁ ପ୍ରଥମେ ପ୍ରଣାମ କଲା ଓ କହିଲେ ଭଗବାନ ଏହି ଗ୍ରାମର ପ୍ରାୟ ସମସ୍ତ ଲୋକ ଖୁସି ଓ ସମୃଦ୍ଧ ଅଟନ୍ତି । କିନ୍ତୁ ମୁଁ କାହିଁକି ଗରିବ ? ଏହାପରେ ବୁଦ୍ଧ ହସି କରି କହିଲେ-ତୁମେ ଗରିବ ଓ ନିର୍ଧନ ଏଇଥିପାଇଁ କାରଣ ତୁମେ ଆଜି ଯାଏଁ କାହାକୁ କିଛି ଦେଇନାହଁ । ଆଶ୍ଚର୍ଯ୍ୟ ହୋଇ ଗରୀବ ଜଣକ କହିଲେ- ଭଗବାନ ! ମୋ ପାଖରେ ତ ଏମିତି କିଛି ବି ଜିନିଷ ନାହିଁ ଯାହାକୁ ମୁଁ ଅନ୍ୟକୁ ଦେବି । ମୁଁ ତ ମୋର ନିଜର ଗୁଜରାଣ ମେଣ୍ଟାଇବା ପାଇଁ ଅନ୍ୟମାନଙ୍କ ଉପରେ ଭରସା କରୁଛି, ମୁଁ ପୁଣି କ\’ଣ ଦେଇପାରିବି ?
ଭଗବାନ ବୁଦ୍ଧ କିଛି କ୍ଷଣ ଶାନ୍ତ ରହି କହିଲେ-ତୁମେ ଜଣେ ଅଜ୍ଞାନୀ । ଅନ୍ୟମାନଙ୍କ ସହ ବାଣ୍ଟିବା ପାଇଁ ଇଶ୍ୱର ତୁମକୁ ଏତେ କିଛି ଦେଇଛନ୍ତି, ତାହା ତୁମକୁ ଜଣାନାହିଁ । ଥରେ ଚିନ୍ତା କର ତେବେ ଜଣାପାରିବ । ସର୍ବପ୍ରଥମେ ହସ ଦେଇଛନ୍ତି, ଯାହା ଦ୍ୱାରା ତୁମେ ଅନ୍ୟଜଣଙ୍କ ଆଶା ସଂଚାର କରିପାରିବ । ମୁହଁ ଦ୍ୱାରା କିଛି ମିଠା କଥା କହିପାରିବ । ହାତରେ କିଛି ଅନ୍ୟ ଜଣଙ୍କୁ ସାହାଯ୍ୟ କରିପାରିବ । ଇଶ୍ୱର ଯାହାକୁ ଏହି ତିନି ଜିନିଷ ଦେଇଛନ୍ତି ସେ କେବେବି ଗରୀବ ହୋଇନପାରେ । ଗରୀବ ବ୍ୟକ୍ତିର ମନରେ ହିଁ ହୋଇଥାଏ । ଏହା ତ କେବଳ ଏକ ଭ୍ରମ ଯାହାକୁ ପରିତ୍ୟାଗ କର । ଏହା ଶୁଣି ଗରୀବ ଜଣକ ନିଜକୁ ନିର୍ଲଜ ମନେ କରିଥିଲେ ।

Loading...
>