ଲୋକେ ସତ୍ୟନାରାୟଣ ପୂଜା କାହିଁକି କରନ୍ତି ?

ସତ୍ୟନାରାୟଣର ସିଧା ଅର୍ଥ ହେଉଛି-“”ସତ୍ୟ ହିଁ ନାରାୟଣ ଅଟନ୍ତି । ଅର୍ଥାତ୍ ଯଦି ଆପଣ ସତ୍ୟର ପାଳନ କରନ୍ତି ତ ଆପଣ ସ୍ୱୟଂ ନାରାୟଣ ସ୍ୱରୂପ ହୋଇଯିବେ । ଭଗବାନଙ୍କୁ ନାରାୟଣ କହନ୍ତି । ଏବଂ ସତ୍ୟର ତୁଳନା ନାରାୟଣଙ୍କ ସହିତ କରାଯାଇଥାଏ । ସତ୍ୟନାରାୟଣ ପୂଜା କଥାରେ ଏହି ସନ୍ଦେଶ ମିଳିଥାଏ ଯେ ସର୍ବଦା ସତ୍ୟବ୍ରତ ପାଳନ କରିବା ଉଚିତ୍ । ସତ୍ୟବ୍ରତର ପାଳନ କରିବା ବାଲା ବ୍ୟକ୍ତି ନାରାୟଣ ସମାନ ସର୍ବତ୍ର ପୂଜନୀୟ ହୋଇଥାଆନ୍ତି । ସତ୍ୟନିଷ୍ଠ ଆପଣେଇ ନେବା ଦ୍ୱାରା ମନୁଷ୍ୟକୁ ଇହଲୋରୁ ସୁଖୀ ହୋଇଥାଏ ଅର୍ଥାତ୍ ମାନବ ରୂପରେ ସୁଖପ୍ରାପ୍ତ କରୁଛନ୍ତି ଏବଂ ମୃତ୍ୟୁ ପରେ ପରଲୋକ ଅର୍ଥାତ୍ ଯମଙ୍କ ଦରବାରରେ ତାଙ୍କର ସମ୍ମାନ ଥାଏ । ସତ୍ୟପାଳନର ମାତ୍ର ଏହା ନୁହେଁ ଯେ ଆପଣ କେବଳ ସତ୍ୟବାଣୀର ଉଚ୍ଚାରଣ କରନ୍ତୁ ଅଥଚ ପ୍ରାଣୀମାନଙ୍କର ରକ୍ଷା ହେବ ଏବଂ ତାଙ୍କର ମଙ୍ଗଳ ମଧ୍ୟ ହେବ । ସତ୍ୟବ୍ରତୀ ବ୍ୟକ୍ତି ସମସ୍ତ ଭବବନ୍ଧନରୁ ମୁକ୍ତ ହୋଇ ଦେବତାଙ୍କ ଭଳି ସ୍ୱର୍ଗର ସୁଖ ଭୋଗକରେ ।

Loading...
>