ମହାଶିବରାତ୍ରୀ ଉତ୍ସବ ପାଳନ କରାଯାଏ କାହିଁକି ?

ଶିବରାତ୍ରୀ ଅର୍ଥାତ୍ ଶିବଙ୍କର ରାତ୍ରୀ । ପୌରାଣିକ କଥା ଅନୁସାରେ ଏହି ତିଥିରେ ଶିବଙ୍କ ସହିତ ପାର୍ବତୀଙ୍କର ବିବାହ ହୋଇଥିଲା । ଏହି ରାତ୍ରିଟି ଶିବଙ୍କର ପୂଜା କରିବାର ରାତ୍ରି । ଫାଲଗୁନ କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ଏହି ଉତ୍ସବ ପାଳନ କରାଯାଏ । ଅନ୍ୟାନ୍ୟ ଦେବତାମାନଙ୍କର ପୂଜା ଓ ଭଜନ ପ୍ରଭୃତି ଦିନରେ ଅନୁଷ୍ଠିତ ହେଉଥିବା ବେଳେ ଶିବଙ୍କର ପୂଜା ଏହିଦିନ ରାତ୍ରୀରେ କାହିଁକି ପାଳନ କରାଯାଏ ଏ ବିଷୟରେ ଆପଣଙ୍କ ମନରେ ସନ୍ଦେହ ହେଉଥିବା ।
ଭଗବାନ ଶିବ ତମୋଗୁଣ ପ୍ରଧାନ ସଂହାରର ଦେବତା ଅଟନ୍ତି, ତେଣୁ ତମୋମୟୀ ରାତ୍ରିରେ ତାଙ୍କର ସ୍ନେହ ବେଶୀ । ରାତ୍ରୀ ସଂହାର କାଳର ପ୍ରତିନିଧିତ୍ୱ କରେ । କୃଷ୍ଣପକ୍ଷର ଚତୁର୍ଦ୍ଦଶୀ ତିଥିରେ ରାତ୍ରିର ଆକାଶ ସଂପୂର୍ଣ୍ଣ ଭାବେ ଅନ୍ଧକାର ହୋଇଥାଏ । ଜୀବଜଗତର ଜୀବମାନଙ୍କ ମଧ୍ୟରେ ସେଦିନ କୃଷ୍ଣ ପକ୍ଷ ରାତ୍ରିରେ ତାମସୀ ଗୁଣ ବୃଦ୍ଧି ପାଇଥାଏ । ଯେପରିକି ପାଣି ଆସିବା ପୂର୍ବରୁ ନଈରେ ପୋଲ ତିଆରି କରାଯାଏ ସେହିପରି ଚନ୍ଦ୍ରକ୍ଷୟର ସୁନେଲି ଚନ୍ଦ୍ର କିରଣ ଆସିବା ପୂର୍ବରୁ ସେହି ତାମସୀ ପ୍ରବୃତ୍ତିର ନିବାରଣ ପାଇଁ ଭଗବାନ ଆଶୁତୋଷ ଶିବଙ୍କର ଆରାଧନା କରିବାର ନିୟମ ଶାସ୍ତ୍ରକାର ମାନେ ପ୍ରଚଳନ କରିଅଛନ୍ତି । ଶିବରାତ୍ରୀ ରାତ୍ରିରେ ପାଳନ କରିବାର ଏଇ ହେଉଛି ରହସ୍ୟ । ସଂହାର ପରେ ନୂଆ ସୃଷ୍ଟି ଅନିବାର୍ଯ୍ୟ ଅଟେ, ଅର୍ଥାତ୍ ସଂହାର ପରେ ପୁଣି ସୃଷ୍ଟି ହୋଇଥାଏ । ଆପଣମାନେ ଦେଖିଥିବେ ଫାଲଗୁନ ମାସରେ ପ୍ରାୟ ପ୍ରତ୍ୟେକ ବୃକ୍ଷ ପୁରାତନ ପତ୍ର ପରିତ୍ୟାଗ କରି ନୂତନ ପତ୍ରରେ ବିମଣ୍ଡିତ ହୋଇଥାଆନ୍ତି । ଏହାକୁ ସୃଷ୍ଟିର ନୂଆରୂପ କହନ୍ତି ।

Loading...
>