ଲକ୍ଷ୍ମୀ କେଉଁଠାରେ ରହନ୍ତି ?

ବ୍ୟବହାରିକ ଏବଂ ବୈଜ୍ଞାନିକ ଦୃଷ୍ଟିରେ ଦେଖାଯାଇଛି ଯେ ଅସନା ବା ଅପରିସ୍କୃତ ସ୍ଥାନ ଏବଂ ଅପରିଷ୍କାର ମନୁଷ୍ୟଠାରୁ ଲକ୍ଷ୍ମୀ ସଦାସର୍ବଦା ଦୂରରେ ରହନ୍ତି । ଅଧିକ ଭୋଜନ କରିବାବାଲା, ଅପରିଷ୍କୃତ ବସ୍ତ୍ର ପରିଧାନ କଲାବାଲା, ଆଳସ୍ୟ ଲୋକ, ଦିନରେ ଶୋଉଥିବା ବ୍ୟକ୍ତି ଲକ୍ଷ୍ମୀଠାରୁ ହୀନ ହୋଇଥାଆନ୍ତି । ଏହି କାରଣରୁ କର୍ମହୀନ ବ୍ୟକ୍ତି, ଅଳସୁଆ ବ୍ୟକ୍ତି ଏବଂ ଅପରିଷ୍କାର ସ୍ଥାନକୁ ଲକ୍ଷ୍ମୀ (ଟଙ୍କା) କୁଆଡୁ ଆସିବ । ମହାଭାରତରେ ଶ୍ରୀ ଲକ୍ଷ୍ମୀ ରୁକ୍ମିଣୀଙ୍କୁ କହିଥିଲେ ହେ ସଖା ! କଳହ ପ୍ରିୟ ନିନ୍ଦୁକ, ମଳିନ, ଅସାବଧାନ ଏବଂ ନିର୍ଲଜ ଲୋକଙ୍କ ପାଖରେ ମୁଁ ରହେ ନାହିଁ । ଯିଏ କଳହ ପ୍ରିୟ ହୁଏ,ଅନ୍ୟକୁ ନିନ୍ଦାକରେ, ତାପାଖରେ କର୍ମ କରିବାକୁ ସମୟ ହୁଏ ନାହିଁ, କର୍ମ ନକରିବାର ସ୍ଥିତି ଓ ଆଗକୁ ବଢିବାର ମାର୍ଗ ସ୍ୱତଃ ବନ୍ଦ ହୋିଯାଏ । ଅଳସୁଆ ବ୍ୟକ୍ତିରୋଗୀ ହୋଇଯାଏ । ଏହି ପ୍ରକାର ଅସାବଧାନ ବ୍ୟକ୍ତି ସମୟ ନଷ୍ଟ କରି ପଛରେ ପଡିଯାଏ ।

Loading...
>