Home Astrology ଝାଡୁ କରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

ଝାଡୁ କରିବା ସମୟରେ କରନ୍ତୁ ନାହିଁ ଏହି ସବୁ ଭୁଲ୍‌

ଘରକୁ ସଦା ସର୍ବଦା ପରିଷ୍କାର ରଖିବାକୁ ସମସ୍ତେ ଭଲ ପାଆନ୍ତି। ପରିବେଶ ଭଲ ଥିଲେ ମନ ଭଲ ରହେ ଏବଂ ସକାରାତ୍ମକ ଚିନ୍ତା ଆସେ। ତେବେ ଏହି ଘର ପରିଷ୍କାର ଅଥବା ଝାଡୁ କରିବା ପ୍ରକ୍ରିୟାରେ ମଧ୍ୟ କିଛି ନିୟମ ବା ବିଧି ରହିଛି। ଯାହା ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଆସନ୍ତୁ ଜାଣିବା ଏ ସବୁ ବିଷୟରେ ।

ଝାଡୁ କରା ଯାଉଥିବା ତଥା ସଫା ସୁତୁରା ରହୁଥିବା ଘରେ ମା’ ଲକ୍ଷ୍ମୀ ବାସ କରନ୍ତି। ସେଥିପାଇଁ ଝାଡୁକୁ ଖୋଲା ଜାଗାରେ ରଖନ୍ତୁ ନାହିଁ। ଏହାକୁ ସର୍ବଦା ଘରର ପଶ୍ଚିମ ଦିଗରେ ରଖନ୍ତୁ। ଝାଡୁକୁ ରୋଷେଇ ଘରେ ମଧ୍ୟ ରଖନ୍ତୁ ନାହିଁ। ଏପରି କଲେ ଘରଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ।

ରାତି ସମୟରେ ଘରର ଦ୍ଵାର ପାଖରେ ଝାଡୁ ରଖିଲେ ଘରକୁ ଆସୁରୀକ ଶକ୍ତି ପ୍ରବେଶ କରିଥାଏ ବୋଲି ବାସ୍ତୁ ବିଜ୍ଞାନୀଙ୍କ ମତ। ତେଣୁ କେବେ ହେଲେ ବି ଏମିତି କରନ୍ତୁ ନାହିଁ। ସୂର୍ଯ୍ୟ ଅସ୍ତ ପରେ ଘରେ ଝାଡୁ ମାରନ୍ତୁ ନାହିଁ। ଏମିତି କରିବା ଅଶୁଭ ମନାଯାଏ।

ଭୁଲ୍‌ରେ ଝାଡୁକୁ ଗୋଡ଼ ଲଗାନ୍ତୁ ନାହିଁ। ଏମିତି କଲେ ଆପଣଙ୍କୁ ଲକ୍ଷ୍ମୀଛଡା ଦୋଷ ଲାଗିବ। କୌଣସି ବି ପଶୁ ବା ପିଲାମାନଙ୍କୁ ଝାଡୁରେ ମାରନ୍ତୁ ନାହିଁ। ଏପରି କଲେ ଘରେ ଅଶାନ୍ତି ଲାଗି ରହିଥାଏ। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତେବେ ସଙ୍ଗେ ସଙ୍ଗେ ଝାଡୁ ଲଗାନ୍ତୁ ନାହିଁ।
ଝାଡୁକୁ କେବେ ବି ଠିଆ କରି ରଖନ୍ତୁ ନାହିଁ। ଏମିତି କଲେ ଶତ୍ରୁତା ବଢେ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି। ଯେବେ ବି ନୂଆ ଘରକୁ ଯାଉଛନ୍ତି ସେବେ ନୂଆ ଝାଡୁ ଆଣନ୍ତୁ। ପୁରୁଣା ଝାଡୁ ନେବାର ଅର୍ଥ ଆପଣ ପୁରୁଣା ଅଶୁଭ ଶକ୍ତିକୁ ନୂଆ ଘରକୁ ଆଣୁଛନ୍ତି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ଝିଅ ବାହାଘର ପାଇଁ ରଖିଥିଲେ, ସବୁ ଜଳିଗଲା

ଭୁବନ : ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ବାଉଁଶକଣ ମାଟିଆ ସାହିରେ ଭୟାବହ ଅଗ୍ନିକାଣ୍ଡ ହୋଇଛି । ଗତକାଲି ରାତି ୧୦ଟା ୩୦ମିନିଟରେ ଅଗ୍ନିକାଣ୍ଡ ଘଟିଥିଲା । ଅଳ୍ପକେ ବର୍ତ୍ତି ଯାଇଛନ୍ତି...

ପୁଣି ଭାରତୀୟ ବ୍ୟାଟ୍ସମ୍ୟାନ ଫେଲ : ଦ୍ୱିତୀୟ ଟେଷ୍ଟରେ ୨୪୨ରେ ଅଟକିଲା

ଖ୍ରୀଷ୍ଟଚର୍ଚ୍ଚ ୨୯।୦୨: ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୨ୟ ଟେଷ୍ଟ ମ୍ୟାଚ୍‌ ଖେଳାଯାଉଛି । ୨ଟେଷ୍ଟରେ ଟସ୍‌ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ନ୍ୟୁଜିଲାଣ୍ଡ...

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର...

ଶ୍ରୀଜିଉଙ୍କୁ ଦର୍ଶନ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ପୁରୀ: ଗତକାଲିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସକାଳ ୮ଟା ୧୦ରେ ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିବା ପରେ...

Recent Comments

>