କେଉଁ ଭୂଖଣ୍ଡରେ ଗୃହ ନିର୍ମାଣ କରିବେ ଓ କେଉଁଥିରେ ନା’

୧. ଯେଉଁ ଭୂମିରେ ଗୃହ କରି ବାସ କରିବାର ଅଳ୍ପ ଦିନ ମଧ୍ୟରେ ଗୃହ ବାସୀ ଦରିଦ୍ର ହୋଇ ଯେବେ ସେହି ଭୂମି ବା ଗୃହକୁ ବିକ୍ରୟ କରୁଥାଆନ୍ତି । ସେପରି ଭୂମିକୁ ବର୍ଜନ କରିବ ।
୨. ଯେଉଁଗୃହରେ ବାସ କରୁଥିବା ବ୍ୟକ୍ତିଙ୍କର ବଂଶରେ ଯେବେ କେହି ନଥାଆନ୍ତି, ସେପରି ଭୂମିକୁ ବା ଗୃହକୁ ବର୍ଜନ କରିବ ।
୩. କୌଣସି ବ୍ୟକ୍ତିର ଯଦି ଦୀର୍ଘ ଦିନ ଧରି କୌଣସି ଜମି ପଡିରହିଥାଏ ସେପରି ଭୂମିକୁ ବର୍ଜନ କରିବ ।
୪. ଯେଉଁ ଭୂମିର ମଧ୍ୟ ଭାଗ କଇଞ୍ଛ ପିଠି ସମ ହୋଇ ୁପରକୁ ଉଠିଥିଲେ ସେପରି ଭୂମିକୁ ବର୍ଜନ କରିବ ।
୫. ତ୍ରିକୋଣ ବିଶିଷ୍ଟ ଭୂମି ଗୃହ ନିର୍ମାଣ ନିମନ୍ତେ ଅନୁପଯୁକ୍ତ ।
୬. ଯେଉଁ ଭୂମି ମନ୍ଦିର, ଦେବାଳୟ, ଶ୍ମଶାନ ସହ ଯୋଗଯୁକ୍ତ ସେପରି ଭୂମି ବର୍ଜନୀୟ ।
୭. ବିବାହ ମଣ୍ଡପ ପାଶ୍ୱର୍, ଡାକ୍ତର ଖାନା ପାଶ୍ୱର୍, କୋର୍ଟ କଚେରୀ ପାଶ୍ୱର୍, ଇଣ୍ଡଷ୍ଟ୍ରି ଏରିୟାର ପାଖ ଭୂମି କ୍ରୟ କରି ଗୃହ ନିର୍ମାଣ କରିବେ ନାହିଁ ।
୮. ଭୂମିର ଚାରିଗୋଟି କୋଣ, ପୂର୍ବ ପଶ୍ଚିମ ଉତ୍ତର-ପୂର୍ବ ଯଦି ଠିକ୍ ରହୁଥାଏ । ସେପରି ଭୂମି କ୍ରୟ କରିବ ନାହିଁ ।
୯. ଭୂମର ଅଳ୍ପ ଦୂରରେ ପାହାଡ ପର୍ବତ ଥିଲେ ସେପରି ଭୂମିକୁ ଗୃହ ନିର୍ମାଣ କ୍ଷେତ୍ରେ ବର୍ଜନକରିବେ ।
୧୦. କୌଣସି ଭୂଖଣ୍ଡର ଉତ୍ତର ଓ ପୂର୍ବ କୋଣ ଖଣ୍ଡିତ ହୋଇଥିଲେ, ସେପରି ଭୂଖଣ୍ଡ ଗୃହ ନିର୍ମାଣ ନିମନ୍ତେ ବର୍ଜନ କରିବ ।
ଉପାୟ-ଗୃହ ନିମନ୍ତେ ଆୟତାକାର ଓ ବର୍ଗାକାର ଭୂମି ଚୟନ କରିବ ଅନ୍ୟ ପ୍ରକାର ଭୂମି କ୍ରୟ କରିଥିଲେ ତାହାକୁ ବର୍ଗାକାର କ୍ଷେତ୍ର ଅଥବା ଆୟତାକାର କ୍ଷେତ୍ରରେ ପରିଣତ କରି ଗୃହ ନିର୍ମାଣ କରିବ ।

Loading...
>