ଦୀପାବଳି: ବାସ୍ତୁ ଅନୁସାରେ ସଜାନ୍ତୁ ଘର

ଆଲୋକର ପର୍ବ ଦୀପାବଳିରେ ଘରର ସାଜସଜ୍ଜା ଉପରେ ବିଶେଷ ଧ୍ୟାନ ଦିଆଯାଏ। ଏହା ଦ୍ୱାରା ମା’ଲକ୍ଷ୍ମୀଙ୍କ କୃପାଦୃଷ୍ଟି ବଜାୟ ରହିଥାଏ ବୋଲି ବିଶ୍ୱାସ ରହିଛି। ତେବେ ଦୀପାବଳିରେ ବାସ୍ତୁ ଅନୁଯାୟୀ କିଭଳି ଘର ସଜାଇଲେ ଶୁଭଫଳ ପ୍ରାପ୍ତି ହୋଇଥାଏ ସେ ସମ୍ପର୍କରେ….

* ଏହିଦିନ ଘରର ମୁଖ୍ୟ ଦ୍ୱାର ଏବଂ ସମସ୍ତ କବାଟ ଝରକା ଖୋଲା ରଖନ୍ତୁ। ଏହାଦ୍ୱାରା ସକାରାତ୍ମକ ଊର୍ଜ୍ଜା ଘର ମଧ୍ୟରେ ପ୍ରବେଶ କରିଥାନ୍ତି।

* ମୁଖ୍ୟ ଦ୍ୱାର ଆଗରେ ଫୁଲରେ କିମ୍ବା ରଙ୍ଗିନ ମୁରୁଜରେ ରଙ୍ଗୋଲି ପ୍ରସ୍ତୁତ କରନ୍ତୁ।

Loading...

* ଘରର ମୁଖ୍ୟ ଦ୍ୱାରର ଉତ୍ତର ଦିଗରେ ନାଲି ସିନ୍ଦୂରରେ ସ୍ବସ୍ତିକ ଚିହ୍ନ କରି ତା ପାର୍ଶ୍ୱରେ ଶୁଭଲାଭ ଲେଖନ୍ତୁ।

* ଗୃହର ପୂର୍ବ ଦିଗ ସମୃଦ୍ଧିର ସୂଚକ ହୋଇଥିବା ବେଳେ ଉତ୍ତର ଦିଗ ଧନର ପ୍ରତୀକ। ତେଣୁ ଏହି ଦୁଇ ଦିଗରେ ଫୁଲରେ କିମ୍ବା ରଙ୍ଗିନ ମୁରୁଜରେ ରଙ୍ଗୋଲି ପ୍ରସ୍ତୁତ କରନ୍ତୁ।

* ଗୃହର ଦକ୍ଷିଣ ଦିଗରେ ଆୟତାକାର ରଙ୍ଗୋଲି କରନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଏଥିରେ ନୀଳରଙ୍ଗ ବ୍ୟତୀତ ଅନ୍ୟ ଯେକୌଣସି ରଙ୍ଗ ବ୍ୟବହାର କରିପାରିବେ। ଏହା ଦ୍ୱାରା ଆପଣଙ୍କ ମାନ ସମ୍ମାନ ବୃଦ୍ଧିହେବା ସହ ସୁଖ, ଶାନ୍ତି ମଧ୍ୟ ବଜାୟ ରହିଥାଏ।

 

Loading...
>