ଶ୍ରୀସୂକ୍ତ ପାଠ କଲେ ମିଳେ ମହାଲକ୍ଷ୍ମୀଙ୍କ କୃପା

ମା’ ଲକ୍ଷ୍ମୀ ହେଉଛନ୍ତି ଧନଦାତ୍ରୀ। ଋଗ୍‌ ବେଦରେ ଉଲ୍ଲେଖ ରହିଛି ଯେ, ମହାଲକ୍ଷ୍ମୀଙ୍କୁ  ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଦାରିଦ୍ର୍ୟ ଦୂରେଇ ଯାଏ। ଏହି ପ୍ରାର୍ଥନାରେ କୁହାଯାଇଛି, ହେ ପଦ୍ମମୁଖୀ, ପଦ୍ମଗାତ୍ରୀ, ପଦ୍ମନୟନା, କମଳପ୍ରିୟା ଲକ୍ଷ୍ମୀ, ତୁମେ ବିଷ୍ଣୁ ପ୍ରାଣ ବଲ୍ଲଭା ଓ ବିଶ୍ୱର ସବୁଠୁ ପ୍ରିୟ ଦେବୀ, ତୁମର  ଚରଣ-କମଳ ମୋ ଘରେ, ମୋ ଉପରେ ସବୁବେଳେ ବିରାଜମାନ କରୁ। ହେ ପଦ୍ମମୁଖୀ, ପଦ୍ମସମ୍ଭବା, କୋମଳାଙ୍ଗୀ ଦେବୀ, ମୁଁ ତୁମକୁ ଭଜନ କରୁଛି, ମୋ ଉପରେ ଦୟା ଦୃଷ୍ଟି ରଖିଥାଅ, ଯେମିତି ସବୁପ୍ରକାର ସୁଖ ସମୃଦ୍ଧି ମତେ ମିଳୁ। ଏହି ଋଗ୍‌ ବେଦୋକ୍ତ ଶ୍ରୀସୂକ୍ତ ଓ ଲକ୍ଷ୍ମୀସୂକ୍ତ ପାଠ କଲେ ଧନସମ୍ପତ୍ତି, ତେଜ, ଆୟୁ ଓ ଆରୋଗ୍ୟ ମିଳେ। ଶରୀରର ଶୋଭା ବୃଦ୍ଧି ହୁଏ, ଅନ୍ତଃକରଣ ଶୁଦ୍ଧ ହୁଏ। ଧନଧାନ୍ୟ, ଗୋ-ମହିଷାଦି, ସନ୍ତାନ ପ୍ରାପ୍ତ ହୁଏ ଓ ଆୟୁ ଶହେ ବର୍ଷ ହୁଏ ବୋଲି ଋଗ୍‌ ବେଦରେ ଉଲ୍ଲେଖ ରହିଛି।

Loading...
>