fbpx
Home Astrology କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଦିନଟି ଶୁଭ ଫଳ ଦାୟକ ହେବ । ଗୃହ ଭୂମିରେ ଉନ୍ନତିି, ଉତ୍ତମ ବନ୍ଧୁ ସମ୍ପର୍କ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଅର୍ଥାଗମ, ଗୃହରେ ଅତିଥି ସମାଗମ ଓ ଦୂର ଯାତ୍ରାରେ ସଫଳ ହେବେ । ଆଧ୍ୟାତ୍ମିକ ଚିନ୍ତା ବଢିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୬ ।

ବୃଷ – ନିଷ୍ପତ୍ତି ମୂଳକ କର୍ମରେ ପଛେଇ ଯିବେ । କର୍ମ କ୍ଷେତ୍ରରେ ଉତ୍ସାହ ବଢିବ । ପତିତ ଧନ ହାତକୁ ଆସିବ । ସରକାରୀସ୍ତରରୁ ଉପକୃତ ହୋଇପାରନ୍ତି । ଆଧ୍ୟାତ୍ମିକ ପ୍ରେରଣା ପାଇବେ । ବିଶେଷ ଶାରିରୀକ ଅସୁସ୍ଥତା ନାହିଁ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୨ ।

ମିଥୁନ – ସମସ୍ୟା ଅଧିକ ରହିବ । ଅର୍ଥ ବୃଦ୍ଧିର ପ୍ରତିବନ୍ଧକ ଆସିବ । ଶତ୍ରୁ ବଢିବେ । ଅପରାହ୍ନ ଠାରୁ ଲୋକ ସମ୍ପର୍କ ଅଧିକ ରହିବ । ମନରେ ଉଦବେଗ କମିବ । ସନ୍ତାନ ବର୍ଗରୁ ସୁଖ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

କର୍କଟ – ଦୈନିକ ଜୀବନ ଚର୍ଯ୍ୟାର ପରିବର୍ତ୍ତନ ସ୍ୱାସ୍ଥ୍ୟ ସମସ୍ୟାରେ ସୁଧାର ଆଣିବ । କର୍ମ କ୍ଷେତ୍ରରେ ଦାୟିତ୍ୱ ବଢିବ । ବିଶ୍ରାମ କମ୍ ମିଳିବ । ଅର୍ଥାଭାବ ମଧ୍ୟ ଆସିପାରେ । ଦୂର ଯାତ୍ରାରେ କ୍ଳାନ୍ତି ଅବସାଦ,ପୁରାତନ ରୋଗପୀଡାର ସୂଚନା । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୭ ।

ସିଂହ – ଧନ ମାନ ଓ ସମୃଦ୍ଧି ମିଳିବ । ଭବିଷ୍ୟତ କର୍ମ ଯୋଜନା ପାଇଁ ପ୍ରସ୍ତୁତ ହେବେ । ପରିବାରରେ ସହ ଯୋଗ ମିଳିବ । ଗୁରୁଜନମାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଆସିବ । ବନ୍ଧୁମାନେ ବିରୋଧମତ ପୋଷଣ କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କନ୍ୟା – ଧନାଗମ ହେଲେ ମଧ୍ୟ ମାନସିକ ସନ୍ତୋଷ ମିଳିବ । କଷ୍ଟକର ହେବ । ଦୂର ଯାତ୍ରାରେ ସଫଳ ହେବେ । ପୁରାତନ ରୋଗ ପିଡା ପୁନଃ ଭୋଗ ହୋଇପାରେ । ସଜ୍ଜନ ସମ୍ପର୍କରେ ଆସିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ନିଜ ଭିତରେ କିଛି ଅଭାବ ବୋଧ ବଢିବ । ଗୃହ ନିର୍ମାଣାଦି କର୍ମରେ ଅଗ୍ରଗତି ଘଟିବ । କର୍ତ୍ତବ୍ୟ ପରାୟଣ ହେବେ । ବନ୍ଧୁ ପରିଜନଙ୍କ ଠାରୁ ସହ ଯୋଗ ମିଳିବ । ମାନସିକ ଶାନ୍ତି ସନ୍ତୋଷ ପାଇବା କଷ୍ଟ କର ହେବ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୯ ।

ବିଛା – ବନ୍ଧୁ ବାନ୍ଧବଙ୍କ ଉପରେ ବିଶେଷ ନିର୍ଭରଶୀଳ ନ ହେବା ହିତକର । କାର୍ଯ୍ୟ ସବୁ ଶୃଙ୍ଖଳିତ ହେବା କଷ୍ଟକର । ମାନସିକ ଆଳସ୍ୟ ଅଧିକ ରହିବ । ଆସ୍ତିକତାର ଅଭାବ ବଢିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ଧନୁ – ସମସ୍ୟାର ସହଜ ସମାଧାନ ମଧ୍ୟ ପାଇବେ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଓ ଯାତ୍ରାରମ୍ଭ ନ କରିବା ଶୁଭଙ୍କର ହେବ । ପରିବାରରେ ସହ ଯୋଗ ଅବ୍ୟାହତ ରହିବ । ଘାତଚନ୍ଦ୍ର ପାଇଁ ସତର୍କତା ଆବଶ୍ୟକ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୪ ।

ମକର – ନ୍ୟାୟ ଓ ଧର୍ମ ପରାୟଣ ହେବେ । ଅତ୍ମୀୟଙ୍କ ପାଇଁ ବ୍ୟୟ ଓ ଚିନ୍ତା ବଢିପାରେ । କର୍ମ କ୍ଷେତ୍ରରେ ଅସହଯୋଗ ଆସିବ । ଧୌର୍ଯ୍ୟ ପୂର୍ବକ ସେ ସବୁର ସମାଧାନ କରିବା ଉଚିତ । ସତ ସଙ୍ଗରେ ଅନୁପ୍ରେରିତ ହେବେ । ଶୁଭ ରଙ୍ଗ ଗାଢ ନୀଳ । ଶୁଭ ଅଙ୍କ ୩ ।

କୁମ୍ଭ – କିଛି ପରିମାଣରେ ଚିନ୍ତା ଦୂର ହେବ । କର୍ମ କ୍ଷେତ୍ରରେ ନିଜର ଭୂମିକା ସୁନିଶ୍ଚିତ କରିବେ । ମିତ୍ରବୃଦ୍ଧି ସନ୍ତାନ ସମ୍ପର୍କରେ ଆସିବେ । ପୁତ୍ର ଓ କନ୍ୟା ଆଶ୍ୱସ୍ତି ପ୍ରଦାନ କରିପାରନ୍ତି । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୬ ।

ମୀନ – ଘାତଚନ୍ଦ୍ର ଭୋଗ ପାଇଁ କର୍ମ କ୍ଷେତ୍ରରେ ଅଶାନ୍ତି ବଢିବ । ଗୁରୁତ୍ୱ ହ୍ରାସ ହୋଇପାରେ । ସାମାଜିକ କ୍ଷେତ୍ରରେ ନିଜର ସ୍ୱାର୍ଥକୁ ଦେଖିଲେ ନିନ୍ଦା ପାଇବେ । ଦେହ ପ୍ରାୟତଃ ସୁସ୍ଥ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୮ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>