ସୌଭାଗ୍ୟ ପାଇଁ ସକାଳେ କରନ୍ତୁ ଏହି କାମ…

ଘରେ ସୁଖ ସମୃଦ୍ଧି ବଜାୟ ରଖିବା ପାଇଁ ଜ୍ୟୋତିଷ ଶାସ୍ତ୍ରରେ କେତେକ ନୀତି ନିୟମ ସମ୍ପର୍କରେ ଉଲ୍ଲେଖ ଅଛି। ପ୍ରତିଦିନ ଅଭ୍ୟାସ କରି ଏହାର ପାଳନ କଲେ ଜୀବନ ସୁଖ ଓ ଶାନ୍ତିରେ ଭରିଯାଏ ବୋଲି ବିଶ୍ୱାସ ରହିଛି । ସକାଳୁ ବିଛଣାରୁ ଉଠି ନିଜ ହାତ ପାପୁଲିକୁ ପ୍ରଥମେ ଦେଖନ୍ତୁ।  ଏହା କରିବା ଦ୍ୱାରା ଲକ୍ଷ୍ମୀ, ସରସ୍ବତୀଙ୍କ ସହ ଭଗବାନ ବିଷ୍ଣୁଙ୍କ କୃପା ମିଳିଥାଏ। ସକାଳୁ ଉଠି ଭୂମିରେ ପାଦ ରଖିବା ପୂର୍ବରୁ ପ୍ରଥମେ ଈଶ୍ୱରଙ୍କୁ ପ୍ରଣାମ କରି ଗୋଡ଼କୁ ତଳେ ରଖିଲେ ଦିନଟି ମଙ୍ଗଳମୟ ହୁଏ। ସେହିପରି ବାସ୍ତୁ ଅନୁସାରେ ପୂଜା ଘରେ ମୂର୍ତ୍ତି ଓ ପୂଜାସାମଗ୍ରୀ ଠିକ୍‌ ଭାବେ ରହିବା ଆବଶ୍ୟକ। ଏହାଦ୍ୱାରା ଦେବୀ-ଦେବତା ପ୍ରସନ୍ନ ହେବା ସହ କୁଣ୍ଡଳୀରେ ଥିବା ବିଭିନ୍ନ ଦୋଷ ନାଶ ହୁଏ। ପ୍ରତିଦିନ ସକାଳୁ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ସହ ପୂଜା କଲେ ଜୀବନରେ ଆସୁଥିବା ବାଧା ଦୂର ହୋଇଥାଏ। ରାତିରେ ତିଆରି କରିଥିବା କିଛି ରୁଟି ଗାଈଙ୍କ ପାଇଁ ରଖନ୍ତୁ। ସକାଳେ ତାହାକୁ ଗାଈଙ୍କୁ ଖାଇବାକୁ ଦେଲେ ସୌଭାଗ୍ୟ ବୃଦ୍ଧି ଘଟେ ବୋଲି ବିଶ୍ୱାସ ରହିଛି ।

Loading...
>