ବାସ୍ତୁ ଦୋଷ ଦୂର ପାଇଁ..

ଘରର ବାସ୍ତୁ ଦୋଷ ଦୂର ପାଇଁ ତୁଳସୀ ଗଛ ମୁଖ୍ୟ ଭୂମିକା ଗ୍ରହଣ କରେ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ଅଛି। ଯେଉଁ ଘରେ ତୁଳସୀ ଗଛ ଲଗାଯାଇଥାଏ ସେଠାରେ ସୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ ।  ତୁଳସୀର ବିଭିନ୍ନ ପ୍ରଜାତି ରହିଛି। ସେଗୁଡ଼ିକ ହେଉଛି ଏହା ରାମ ତୁଳସୀ, ଶ୍ୟାମ ତୁଳସୀ, ବନ ତୁଳସୀ, ଶ୍ୱେତ ତୁଳସୀ ଏବଂ ନିମ୍ବୁ ତୁଳସୀ ଆଦି। ତୁଳସୀ ପୂଜନ, ସେବନ ଓ ରୋପଣ ଦ୍ୱାରା ଆରୋଗ୍ୟ ସହିତ ଆର୍ଥିକ ଲାଭ ହୁଏା ତୁଳସୀର ପତ୍ର, ଫଳ, ମୂଳ, ଶାଖା, ଏବଂ ମାଟି ସବୁ ପବିତ୍ର ା ଘରର ଯେକୌଣସି ଦିଗରେ ତୁଳସୀ ଗଛ ଲଗାଇବା ଶୁଭ ଭାବେ ଗ୍ରହଣ କରାଯାଏ ା ଐଶାନ୍ୟ କୋଣରେ ତୁଳସୀ ଗଛ ଲଗାଇ ପୂଜା ସ୍ଥାନରେ ଗଙ୍ଗାଜଳ ରଖିଲେ ବହୁତ ଉନ୍ନତି ହୋଇଥାଏ ା ତୁଳସୀ ଚଉରା ନିକଟରେ ଯେଉଁ ମନ୍ତ୍ର-ସ୍ତୋତ୍ର ଆଦି ଜପ ବା ପାଠ କରାଯାଏ, ସେସବୁ ଫଳଦାୟୀ ହୋଇଥାଏ ବୋଲି ଶାସ୍ତ୍ରରେ ସୂଚିତ ହୋଇଛି ା ତୁଳସୀ ମୂଳ ମାଟିକୁ ତିଳିକ ଭାବେ ମସ୍ତକରେ ଧାରଣ କଲେ ମୋକ୍ଷ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ।

Loading...
>