ଆପଣଙ୍କ ଟିଭି, ମୋବାଇଲ କିମ୍ବା ଇଲେକ୍ଟ୍ରିକ୍ ସାମଗ୍ରୀ କଙ୍ଗାଳ କରୁନି ତ !

ଯଦି ଜୀବନରେ ସବୁବେଳେ ଦୁଃଖଦର୍ଦ୍ଦଶା ଲାଗି ରହିଥାଏ, ଆମେ ଚିନ୍ତା କରୁ ବାସ୍ତୁ ଦୋଷ ରହିଛି ବୋଲି । କିନ୍ତୁ କେତେକ କ୍ଷେତ୍ରରେ ବାସ୍ତୁଦୋଷ ଘରର ନିର୍ମାଣ କିମ୍ବା ଭୂମି ସଂପର୍କରେ ନ ହୋଇ ଘରରେ ପଡିଥିବା ବେକାର ଇଲେକ୍ଟ୍ରିକ୍ ସାମଗ୍ରୀ ପାଇଁ ବାସ୍ତୁ ଦୋଷ ଉତ୍ପନ୍ନ ହୋଇଥାଏ । ଏହି କ୍ଷେତ୍ରରେ ସବୁବେଳେ ଚେଷ୍ଟା କରି ଇଲେକ୍ଟ୍ରିକ ସାମଗ୍ରୀଗୁଡିକୁ ତୁରନ୍ତ ଘରରୁ ହଟାଇ ଦିଅନ୍ତୁ ଅନ୍ୟତା ଏହା ଯୋଗୁଁ ଘର ଉପରେ ବିପଦ ପଡିପାରେ ।
ଭଙ୍ଗା ଇଲେକ୍ଟ୍ରିକ୍ ସାମଗ୍ରୀ
ବହୁ ସମୟରେ ଘରେ ଖରାପ ହୋଇଥିବା ଚାର୍ଜର, ବ୍ୟାଟେରୀ ଆଦି ସାମଗ୍ରୀକୁ ଫୋପାଡିବା ବଦଳରେ ଘରର କୌଣସି ଏକ କୋଣରେ ଆମେ ରଖିଥାଉ । ଯଦି ଆପଣ ମଧ୍ୟ ଏମିତି କରୁଛନ୍ତି ତାହା ହେଲେ ଏଥିରୁ ଦୂରେଇ ରୁହନ୍ତୁ । ଅନ୍ୟଥା ଏହା ଘରରେ ନକାରାତ୍ମକ ଶକ୍ତି ବଢାଇବା ପାରେ ।


ଓହଲି ଥିବା ତାର
ଯଦି ଆପଣଙ୍କ ଘରେ ଇଲେକ୍ଟ୍ରିକ୍ ତାର ଏଣେତେଣେ ଓହଲିକି ରହୁଛୁ ତୁରନ୍ତ ଏହାକୁ ଠିକ୍ କରନ୍ତୁ । ଯଦି ନ ହେଉଛି ତାରକୁ ଅଲଗା ଅଲଗା ରଖନ୍ତୁ । ଅନ୍ୟତା ଏ ଜୀବନ ସାରା ବିପଦ ଆଣିପାରେ ।


ବେକାର ପଡିଥିବା ଇଲେକ୍ଟ୍ରିକ୍ ସାମଗ୍ରୀ
ଯଦି ଆପଣଙ୍କ ଘରେ ଇଲେକ୍ଟ୍ରିକ ଏମିତି ସାମଗ୍ରୀ ଅଛି ଯେଉଁ ଗୁଡିକ ଆପଣ ବ୍ୟବହାର କରୁନାହାନ୍ତି । ସେଗୁଡିକ ଘରେ ଆଉ ରଖନ୍ତୁ ନାହିଁ । ଏହି ସାମଗ୍ରୀଗୁଡିକ ଯାହାର ଦରକାର ହେଉଛି ତାକୁ ଦାନ କରିଦିଅନ୍ତୁ । ସବୁବେଳେ ଚେଷ୍ଟା କରି ଏମିତି ଫାଲତୁ ଇଲେକ୍ଟ୍ରିକ୍ ସାମଗ୍ରୀଗୁଡିକୁ ଏକାଠି ନକରିବା ପାଇଁ । ଏହାଦ୍ୱାରା ନେଗେଟିଭ୍ ଏନର୍ଜି ଜାତ ହୋଇଥାଏ ।


ଠିକ୍ ଭାବରେ ସାମଗ୍ରୀଗୁଡିକ ରଖ
ଇଲେକ୍ଟ୍ରିନିକ୍ ସାମଗ୍ରୀଗୁଡିକ ସଠିକ୍ ଜାଗରେ ସଠିକ୍ ଢଙ୍ଗରେ ରଖିବା ଖୁବ ଜରୁରୀ । ଏଣେତେଣେ ଇଲେକ୍ଟ୍ରିକ୍ ବସ୍ତୁ ରଖିବା ଦ୍ୱାରା ବାସ୍ତୁଦୋଷକୁ ଆମନ୍ତ୍ରଣ କରିଥାଏ । ଏହାଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଗୋଟିଏ ପରେ ଗୋଟିଏ ଦୁଃଖ ଆସିଥାଏ ।

Loading...
>