ଜାଣନ୍ତୁ, ଲାଫିଙ୍ଗବୁଦ୍ଧ ରଖିବାର ଲାଭ

ବାସ୍ତୁଶାସ୍ତ୍ର ଫେଙ୍ଗସୁଇରେ ଲାଫିଙ୍ଗବୁଦ୍ଧକୁ ଶୁଭ ବୋଲି କୁହାଯାଇଥାଏ। ଲାଫିଙ୍ଗବୁଦ୍ଧ ଗରେ ରଖିବା ଦ୍ୱାରା ସୁକ ଓ ସମୃଦ୍ଧି ବୃଦ୍ଧି ହୋଇଥାଏ। ଏହା ସହ ଘର ଭିତରକୁ ସକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଫେଙ୍ଗସୁଇରେ ଭିନ୍ନ ଭିନ୍ନ ମନୋକାମନା ପାଇଁ ଅଲଗା ପ୍ରକାରର ଲାଫିଙ୍ଗବୁଦ୍ଧଙ୍କ ତ୍ତ୍‍ିର୍ ରଖିବା ଉଚିତ। ଆସନ୍ତୁ ଜାଣିବା କେଉଁ ମନୋକାମନା ପାଇଁ କେଉଁ ଲାଫିଙ୍ଗବୁଦ୍ଧ ରଖିବା …

ଟଙ୍କାପଇସା ବୃଦ୍ଧି ପାଇଁ ଘରେ ଓ କାର୍ଯ୍ୟାଳୟରେ ଟଙ୍କାର ଥଳୀ ଧରିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ। ଏହାକୁ ରଖିବା ଦ୍ୱାରା ଟଙ୍କାପଇସାର ସମସ୍ତ ଅସୁବିଧା ଦୂର ହୋଇଥାଏ।
ବ୍ୟବସାୟରେ ଉନ୍ନତି ପାଇବା ପାଇଁ ଦୋକାନରେ ଉପରକୁ ହାତ କରିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ରଖନ୍ତୁ।

ଅଳ୍ପ ଶୋଇଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଦୁର୍ଭାଗ୍ୟ ଦୁର ହୋଇଥାଏ। ଏହାସହ ପରିବାର ସଦସ୍ୟଙ୍କ ଉନ୍ନତି ମଧ୍ୟ ହୋଇଥାଏ।
ପିଲାଙ୍କର ଉନ୍ନତି ଚାହୁଁଥିଲେ ପିଲାଙ୍କ ସହ ବସିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ଘରେ ରଖନ୍ତୁ। ଏହାଦ୍ୱାରା ପିଲାଙ୍କର ସମସ୍ତ ଅସୁବିଧା ଦୂର ହୋଇଥାଏ।

Loading...

ମାନସିକ ଶାନ୍ତି ପାଇବା ପାଇଁ ଓ ଘରର ବାତାବରଣ ଶୁଦ୍ଧ ରଖିବା ପାଇଁ ଧ୍ୟାନ ମୁନ୍ଦ୍ରାରେ ଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ରଖିବା ଉଚିତ।
ଡଙ୍ଗା ଉପରେ ବସିଥିବା ଲାଫିଙ୍ଗବୁଦ୍ଧଙ୍କ ମୂର୍ତ୍ତି ଘରେ ରଖିବା ଦ୍ୱାରା ଅନେକ ବାଧାବିଘ୍ନ ଦୂର ହୋଇଥାଏ।

Loading...
>