fbpx
Home Astrology ଆଜି ଆପଣଙ୍କ ପାଇଁ କେମିତି ରହିବ ?

ଆଜି ଆପଣଙ୍କ ପାଇଁ କେମିତି ରହିବ ?

ମେଷ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ଆପଣଙ୍କ ପରାମର୍ଶ ଅନ୍ୟମାନେ ଗ୍ରହଣ କରିବେ। ନୂଆ ଚାକିରି ମିଳିବାର ସୁଯୋଗ ରହିଛି। ମହିଳାଙ୍କର ସାମାଜିକ ଗତିବିଧିରେ ସମ୍ମାନ ବୃଦ୍ଧି ହେବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

ବୃଷ: ଖୁସ୍‌ ମିଜାଜରେ ରହିବେ। ଅନ୍ୟମାନଙ୍କ ସହିତ ହାସ୍ୟକୌତୁକ କରିବେ। ବୈଦେଶିକ ବେପାର ସମ୍ବନ୍ଧିତ ଭଲ ଖବର ପାଇବେ। ବଢ଼ିଆ ଚାକିରିର ସୁଯୋଗ ଆସିପାରେ। ପରିବାରର ସ୍ନେହ ଓ ଜୀବନସାଥୀଙ୍କ ଖୁସି ପାଇବେ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ରାମଚଣ୍ଡୀ।

ମିଥୁନ: ଈଶ୍ୱରଙ୍କ ପ୍ରତି ଆସ୍ଥା ବଢ଼ିବ। ଆପଣଙ୍କ ନମ୍ର ବ୍ୟବହାର ଆପଣଙ୍କୁ ଲାଭ ଆଣିଦେବ। କାରବାରକୁ ନେଇ ବ୍ୟସ୍ତ ରହିବେ। ସେୟାର କିମ୍ବା ଜମି କିଣିବା ପାଇଁ ଚିନ୍ତା କରିପାରନ୍ତି। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରହନ୍ତୁ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ବାବା ଲିଙ୍ଗରାଜ।

କର୍କଟ: ମନରେ କିଛି ନୂଆ କାର୍ଯ୍ୟ କରିବାର ଇଚ୍ଛା ଉଜ୍ଜୀବିତ ହେବ। ଠିକ୍‌ ସମୟରେ ଉଚିତ ପଦକ୍ଷେପ ନେବେ। ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ଭଲ ଲାଗିବ। ଘରକୁ ନୂଆ ଅତିଥି ଆସିବାର ସମ୍ଭାବନା ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ସିଂହ: ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ। ସ୍ୱଭାବରେ ବିନମ୍ର ହୋଇ ଗୁରୁଜନଙ୍କ ସହିତ କଥାବାର୍ତ୍ତା କରନ୍ତୁ। ଗୁରୁତ୍ଵପୂର୍ଣ୍ଣ ଆଲୋଚନାରେ ଯୋଗ ଦେବାର ସୁଯୋଗ ମିଳିବ। ପ୍ରେମରେ ସଫଳତା ପାଇବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ କଟକଚଣ୍ଡୀ।

କନ୍ୟା: ଆପଣ ନିଜର କାମ ପ୍ରତି ସକ୍ରିୟ ରହିବେ। ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍‌ ଭାବରେ ରଖିପାରିବେ। ଆୟ ବୃଦ୍ଧିର ନୂଆ ରାସ୍ତା ଖୋଲିବ। ଅଫିସରେ ଶାନ୍ତିର ବାତାବରଣ ରହିବ। ଘରୋଇ ଜୀବନରେ ସୁଖ ସୁବିଧା ବଢ଼ିବ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଅମ୍ବିକା।

ତୁଳା: ସମୟ ଆପଣଙ୍କ ଲାଗି ଅନୁକୂଳ। ସାମାଜିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ଭଲ ରହିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପୁରୁଣା କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ। ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଭଦ୍ରକାଳୀ।

ବିଛା: ପ୍ରଗତି ପଥରେ ଅଗ୍ରସର ହେବେ। ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ମିଶିବାର ଅବସର ପାଇବେ। ଚାକିରିରେ ପଦୋନ୍ନତି ହୋଇପାରେ। ଜମି କିଣିବା ପାଇଁ ଦିନଟି ଭଲ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

ଧନୁ: ଆଜି ଆପଣଙ୍କର କୌଣସି କାମ ବାଧାପ୍ରାପ୍ତ ହେବନାହିଁ। ଆଗକୁ ବଢ଼ିବାର ରାସ୍ତା ଖୋଲିଯିବ। ଅଫିସରେ ଆପଣଙ୍କୁ ଯୋଗ୍ୟ ପ୍ରମାଣିତ କରିବାରେ ସଫଳ ହେବେ। ପ୍ରିୟବନ୍ଧୁଙ୍କ ଠାରୁ ଉପହାର ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭଦ୍ରକାଳୀ।

ମକର: ବ୍ୟକ୍ତିତ୍ଵର ବିକାଶ ହେବ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଷଡ଼୍‍ଯନ୍ତ୍ର ରଚିବେ; ହେଲେ କିଛି କରିପାରିବେ ନାହିଁ। ଆମଦାନି ପାଇଁ ନୂଆ ସୁଯୋଗ ଜୁଟିବ। ରାଜନୀତିରେ ସଫଳତା ପାଇବେ। ପ୍ରିୟବନ୍ଧୁଙ୍କ ସହିତ ମିଶିବାର ସୁଯୋଗ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ଶ୍ରୀ ଗଣେଶ।

କୁମ୍ଭ: କୌଣସି ଖବର ପାଇ ମାନସିକ ଅସ୍ଥିରତା ବଢ଼ିପାରେ। ଧୈର୍ଯ୍ୟ ଧରି ନିଜର ନିଷ୍ପତ୍ତି ଉପରେ ଅଟଳ ରହନ୍ତୁ। ନୂଆ ପ୍ରସ୍ତାବ ଓ କାର୍ଯ୍ୟ ପାଇବେ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ୱରୀ।

ମୀନ: ଭାଗ୍ୟ ଉଜ୍ଜ୍ଵଳ ରହିବ। ରାଜନେତାଙ୍କ ସାହାଯ୍ୟ ପାଇବେ। କୌଣସି ବଡ଼ କାମରୁ ଆଜି ଫାଇଦା ହେବ। ଜୀବନସାଥୀଙ୍କର ଖୁବ୍‌ ପ୍ରେମ ପାଇବେ। ଛାତ୍ରଙ୍କୁ ସାମାନ୍ୟ ପରିଶ୍ରମରୁ ଯଥେଷ୍ଟ ସୁଫଳ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ଅମ୍ବିକା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular

ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ମହାମାରୀ କରୋନା ରାଜ୍ୟରେ ପ୍ରଥମ ମୁଣ୍ଡ ନେଇଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ୭୨ ବର୍ଷୀୟ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତାଙ୍କ ଘର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ। ସେ ଏପ୍ରିଲ ୪...

ରାଜଧାନୀରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଭୁବନେଶ୍ୱରରେ ଆଜି ପୁଣି ଜଣେ କରୋନାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ତାଙ୍କ ଘର  ୟୁନିଟ୍‌ ୪ ମଧୁସୂଦନ ନଗରରେ। ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ୍ କରାଯାଇଛି। ଯୁବକ ଜଣକ ବୟସ...

କେନ୍ଦ୍ରାପଡାର ୧୨ ଗାଁ ୪୮ଘଣ୍ଟା ପାଇଁ ସିଲ୍‌

କେନ୍ଦ୍ରାପଡ଼ା: କେନ୍ଦ୍ରାପଡାର ଜଣେ ୩୨ ବର୍ଷୀୟ ଯୁବକ କରୋନା ପଜିଟିଭ୍  ଚିହ୍ନଟ ହୋଇଛନ୍ତି। ଏହି ଯୁବକ ଜଣକ ଗତ ମାସ ୨୪ ତାରିଖରେ ଦୁବାଇରୁ ଫେରିଥିଲେ । ଏହି ସଂକ୍ରମିତ ଯୁବକ ଜଣକ...

ରିଲିଜ ହେଲା “ମୁସ୍କୁରାଏଗା ଇଣ୍ଡିଆ…ଫିର୍ ଜିତ ଜାଏଗା ଇଣ୍ଡିଆ’, ଭିଡିଓ ସେୟାର ବଲିଉଡ ଆକ୍ଟରଙ୍କୁ ସଲାମ ଜଣାଇଲେ ମୋଦି

ବିଶ୍ୱରେ କରୋନା ଭାଇରସର ପ୍ରକୋପକୁ ନଜର ରଖି ଫିଲ୍ମ ଜଗତର ଜଣାଶୁଣା ଅଭିନେତାଅଭିନେତ୍ରୀ ଏକଜୁଟ୍ ହୋଇଥିବା ଦର୍ଶାଇଛନ୍ତି । କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଡରକୁ ଦୂର କରିବା ପାଇଁ "ମୁସ୍କୁରାଏଗା ଇଣ୍ଡିଆ...ଫିର୍...

Recent Comments

>