ଆପଣଙ୍କ ଏହି ସବୁ ଅଙ୍ଗରେ କଳା ଜାଈ ଅଛି କି ? ତାହେଲେ ଆପଣ ଧନବାନ ନିଶ୍ଚିତ

ଆମର ଶରୀରର କୌଣସି ନା କୌଣସି ଅଙ୍ଗରେ କଳା ଜାଈ ଥିବା ସ୍ୱାଭାବିକ । ଏହା ଜନ୍ମରୁ ହିଁ ହୋଇଥାଏ ପରେ ମଧ୍ୟ ହୋଇଥାଏ । ଜ୍ୟୋତିଷଙ୍କ ଆଧାରରେ ଶରୀରରେ କଳାଜାଈର ରହିଛି ବିଶେଷ ମହତ୍ତ୍ୱ । ସମୁଦ୍ରଶାସ୍ତ୍ର ଅନୁସାରେ କଳାଜାଈ ଆମର ଭାଗ୍ୟ ସମ୍ବନ୍ଧରେ ଅନେକ ସୂଚନା ଦେଇଥାଏ । ସମୁଦ୍ରଶାସ୍ତ୍ର ଅନୁସାରେ ଶରୀରର କିଛି ଜାଗରେ କଳାଜାଈ ହେବା ଧନ ମାମଲାରେ ଶୁଭ ସଂକେତ ହୋଇଥାଏ । ଏହି ଆଧାରରେ ଆଜି ଆପଣଙ୍କ ଏଠାରେ ସୂଚିତ କରିବାକୁ ଯାଉଛି ଯେ, କେଉଁ ଜାଗରେ କଳାଜାଈ ରହିଲେ ଆର୍ଥିକ ରୂପରେ ଶୁଭ ହୋଇଥାଏ ।


୧. ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ପେଟରେ କଳାଜାଈ ଥାଏ, ସେହି ବ୍ୟକ୍ତି ଧନ ଓ ଆର୍ଥିକ ମାମଲାରେ ବୈଭବଶାଳୀ ହୋଇଥାଏ । ଏହା ସହ ସେ ଖୁବ ଖାଦ୍ୟପ୍ରିୟ ମଧ୍ୟ ହୋଇଥାଏ ।
୨. ଯଦି କୌଣସି ବ୍ୟକ୍ତିର ଗୋଡର ଆଙ୍ଗୁଠିରେ କଳାଜାଈ ଥାଏ , ଏହି କଳାଜାଈ ଧନପ୍ରାପ୍ତିର ସଂକେତ ଦେଇଥାଏ । ଏହି ବ୍ୟକ୍ତି ସାମାଜିକ ଓ ଯଶବାନ ହୋଇଥାନ୍ତି ।
୩. ସମୁଦ୍ର ଶାସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତିର ନାଭି ଓ ଜଙ୍ଘର କୋଣରେ କଳାଜାଈ ଥାଏ ସେହି ବ୍ୟକ୍ତି ମଧ୍ୟ ଧନବାନ ହୋଇଥାନ୍ତି ।
୪.ପ୍ରାୟ ପ୍ରତ୍ୟେକ ଲୋକଙ୍କ ଥୋଡିରେ କଳଜାଈ ଦେଖାଯାଏ । ଏହାଦ୍ୱାରା ମଣିଷର ସୁନ୍ଦରତା ବଢାଇଥାଏ । ସମୁଦ୍ରଶାସ୍ତ୍ର ଅନୁଯାୟୀ ଥୋଡିରେ କଳାଜାଈ ରହିବା ଏକ ଶୁଭ ସୂଚନା ସହ ଆର୍ଥିକ ରୂପରେ କେବେବି ସମସ୍ୟା ଆସେ ନାହିଁ । ଧନ କୌଣସି ନା କୌଣସି ଉପାୟରେ ତା\’ପାଖକୁ ଆସିଥାଏ ।
୫. ସମୁଦ୍ର ଶାସ୍ତ୍ର ଅନୁଯାୟୀ କୌଣସି ବ୍ୟକ୍ତିଙ୍କ ଡାହାଣ ନାକରେ କଳାଜାଈ ଥାଏ, ଏହା ଧନପ୍ରାପ୍ତିର ସଂକେତ ଦେଇଥାଏ । ସେହିପରି ବ୍ୟକ୍ତିର ପିଠ କଳାଜାଈ ଥିଲେ । ସେହି ବ୍ୟକ୍ତି ପ୍ରଚୁର ଧନ ଉପାର୍ଜନ କରିବାର ସୂଚନା ମିଳିଥାଏ ।

Loading...
>