ବାସ୍ତୁଶାସ୍ତ୍ରର ଏହି ଦୋଷ ବହୁତ ଅଶୁଭ, ଘରର ମୁଖିଆକୁ କରିଦିଏ ଅଳ୍ପାୟୁ

ବାସ୍ତୁର ପ୍ରଚଳନ ସତ୍ୟ ଯୁଗରୁ ହିଁ ଆରମ୍ଭ ହୋଇଛି । ପୁରୁଣାରେ ବର୍ଣ୍ଣିତ ଭଗବାନ ବିଶ୍ୱକର୍ମା ମଧ୍ୟ ଭିନ୍ନ ଭିନ୍ନ ଯୁଗରେ ସୁନାର ଲଙ୍କା, ଇନ୍ଦ୍ରପ୍ରସ୍ଥ ଓ ଦ୍ୱାରିକା ଆଦି ନିର୍ମାଣ ବସ୍ତୁଶାସ୍ତ୍ର ଅନୁସାରେ କରିଥିଲେ । ବର୍ତ୍ତମାନ ସମୟରେ ଲୋକଙ୍କ ପାଖରେ ଭଲ ଘର ଥିଲେ ମଧ୍ୟ ସୁଖ, ଶାନ୍ତି ଓ ଧନ ଦୌଲତ କମି କମି ଯାଉଥିବା ଦେଖିବାକୁ ମିଳିଥାଏ । ଏହି ସବୁ ଅଭାବ ପାଇଁ ବାସ୍ତୁ ଦୋଷ ମଧ୍ୟ ହୋଇଥାଇପାରେ । ଘରର କେଉଁ କୋଠରୀ କେମିତିକା ନିର୍ମାଣ ହୋଇଛି ତାହା ଉପରେ ମଧ୍ୟ ବିଶେଷ ଧ୍ୟାନ ଦେବା ଦରକାର । ଶୟନକକ୍ଷ, ରୋଷେଇ କକ୍ଷ ଓ ମନ୍ଦିର ଆଦି କୋଠରୀ ନିର୍ମାଣ ବାସ୍ତୁ ହିସାବରେ ହେବା ନିହାତି ଅପରିହାର୍ଯ୍ୟ ।


୧-ଘରର ଦକ୍ଷିଣ ମୁହାଁ ଦ୍ୱାର ଥିବା ଘର ଆଦୌ ନେବା ଉଚିତ୍ ନୁହେଁ । ଯଦି ମଧ୍ୟ ନେଇଛନ୍ତି ତେବେ ଭବନର ମୁଖ୍ୟ ଦ୍ୱାରର ଉପରେ ପଞ୍ଚମୁଖୀ ହନୁମାନଙ୍କ ପ୍ରତୀମା ସ୍ଥାପନ କରନ୍ତୁ । ଏହାଦ୍ୱାରା କୋଠରୀରେ ଦୋଷ ସମାପ୍ତ ହୋଇଯିବ । ବିପତ୍ତି କିଛି ମାତ୍ରାରେ ଟଳି ଯିବ । ପଶ୍ଚିମ, ପୂର୍ବ ଓ ଉତ୍ତର ଦିଗରେ ଥିବା ଦ୍ୱାରର ଘର ଉପରେ ପ୍ରାଥମିକତା ଦିଅନ୍ତୁ ।
୨. ଧ୍ୟାନ ରଖନ୍ତୁ ଘରର ସମ୍ମୁଖ ଭାଗରେ କୌଣସି ବଡ ଗଛ ନରହିବା ଉଚିତ୍ ଅନ୍ୟଥା ଘରର ମୁଖିଆଙ୍କ ଯୁବବସ୍ଥାରେ ଅକସ୍ମାତ ମୃତ୍ୟୁ ହେବାର ଆଶଙ୍କା ରହିଥାଏ । ପିପ୍ପଲ ଓ ବରଗଛ କଷ୍ଟ ଦିଅନ୍ତି ନାହିଁ କିନ୍ତୁ ଘରର ସାମ୍ନାରେ ରହିଲେ ବାଧା ଉତ୍ପନ୍ନ କରିପାରନ୍ତି । ଯଦି ଘର ଉପରେ କୌଣସି ବୃକ୍ଷର ଛାୟା ପଡୁଛି ତେବେ ସେହି ଗଛ ମୂଳରେ ପ୍ରତିଦିନ ପାଣି ଦିଅନ୍ତୁ । ଏଥିରେ କିଛି ମାତ୍ରା ଦୋଷ ଟଳିପାରେ ।


୩. ଘରେ କେବିବେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ । ଯଦି ଲଗାଇବେ ତାହା ହେଲେ ଆପଣଙ୍କ ଶତ୍ରୁସଂଖ୍ୟା ବଢିବାର ଆଶଙ୍କା ରହିଛି । ଘରର ବ୍ରହ୍ମା ସ୍ଥାନରେ ସବୁବେଳେ ତୁଲସୀ ଗଛ ଲଗାନ୍ତୁ ଓ ଏହାକୁ ପ୍ରତିଦିନ ପୂଜା କରନ୍ତୁ ଓ ଦୀପ ଜଳାନ୍ତୁ ।

Loading...
>